ଡାବୁଗାଁ, ୧୮/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଳନ କରିଛି | ସୂଚନାଯୋଗ୍ୟ:- କିଛି ଦିନ ତଳେ ଡାବୁଗାଁ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ, ଏକ ଦୋକାନ ଓ କିଛି ଲୋକଙ୍କ ଘରୁ ଚୋରୀ ହୋଇଥିଲା | ଏନେଇ ଲୋକେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଏହି ଚୋରୀରେ ସମ୍ପୃକ୍ତ ରେଭିନ୍ୟୁନୂଆଗୁଡା ଗ୍ରାମର ଭୀମ ଜାନୀ (୨୩), ମନୁ ଜାନୀ (୨୩) ଓ ଶଙ୍କର ଗୌଡ (୨୭) ଏବଂ ଉମୋରକୋଟ ଥାନା ଅଧୀନ ରତିଗୁଡା ଗ୍ରାମର ରୂପସିଂ ଗୌଡ (୨୬) ବୁଧବାର ରାତିରେ ଗିରଫ କରିଛି | ତାଙ୍କ ଠାରୁ ୨ ଟି ଗ୍ୟାସ ସିଲିଣ୍ଡର, ୨ ଟି ଆଲୁମିନିୟମ ହାଣ୍ଡି, ୧ ଟି ଗ୍ୟାସ ଚୁଲା, ୧୦ ଟି ଲୁହା ପାଇପ ଓ ୮ ହଜାର ନଗଦ ଟଙ୍କା ଜବତ କରାଯାଇଛି | ଉକ୍ତ ଜବତ ସାମଗ୍ରୀ ଯୁବକ ସଂଘ ପଛ ପଟ ଲତା ବୁଦା, ପୋଖରୀ, ପାଇଖାନା ମଧ୍ୟରୁ ପୋଲିସ ଉଦ୍ଧାର କରିଛି | ଏଥିରେ ଥାନା ସବଇନିସ୍ପେକ୍ଟର ମେନକା ସା, ଏଏସଆଇ ଶିଶିରକାନ୍ତ ଘୋଷ ଙ୍କ ସମେତ କର୍ମଚାରୀ ମାନେ ଚଡାଉ କରିଥିଲେ | ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ମାମଲାର ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୩୨/୨୨ ରେ ଏକ ମାମଲା ରୁଜୁ କରାଯାଇଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ