ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରୀ ଅଭିଯୋଗରେ ୪ ଗିରଫ

ଡାବୁଗାଁ, ୧୮/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଳନ କରିଛି | ସୂଚନାଯୋଗ୍ୟ:- କିଛି ଦିନ ତଳେ ଡାବୁଗାଁ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ, ଏକ ଦୋକାନ ଓ କିଛି ଲୋକଙ୍କ ଘରୁ ଚୋରୀ ହୋଇଥିଲା | ଏନେଇ ଲୋକେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଏହି ଚୋରୀରେ ସମ୍ପୃକ୍ତ ରେଭିନ୍ୟୁନୂଆଗୁଡା ଗ୍ରାମର ଭୀମ ଜାନୀ (୨୩), ମନୁ ଜାନୀ (୨୩) ଓ ଶଙ୍କର ଗୌଡ (୨୭) ଏବଂ ଉମୋରକୋଟ ଥାନା ଅଧୀନ ରତିଗୁଡା ଗ୍ରାମର ରୂପସିଂ ଗୌଡ (୨୬) ବୁଧବାର ରାତିରେ ଗିରଫ କରିଛି | ତାଙ୍କ ଠାରୁ ୨ ଟି ଗ୍ୟାସ ସିଲିଣ୍ଡର, ୨ ଟି ଆଲୁମିନିୟମ ହାଣ୍ଡି, ୧ ଟି ଗ୍ୟାସ ଚୁଲା, ୧୦ ଟି ଲୁହା ପାଇପ ଓ ୮ ହଜାର ନଗଦ ଟଙ୍କା ଜବତ କରାଯାଇଛି | ଉକ୍ତ ଜବତ ସାମଗ୍ରୀ ଯୁବକ ସଂଘ ପଛ ପଟ ଲତା ବୁଦା, ପୋଖରୀ, ପାଇଖାନା ମଧ୍ୟରୁ ପୋଲିସ ଉଦ୍ଧାର କରିଛି | ଏଥିରେ ଥାନା ସବଇନିସ୍ପେକ୍ଟର ମେନକା ସା, ଏଏସଆଇ ଶିଶିରକାନ୍ତ ଘୋଷ ଙ୍କ ସମେତ କର୍ମଚାରୀ ମାନେ ଚଡାଉ କରିଥିଲେ | ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ମାମଲାର ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୩୨/୨୨ ରେ ଏକ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ଅହଙ୍କାର

Sunil Chandra Nayak

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!