ପ୍ରେମମୟ ପ୍ରାଣ
ଉପେନ୍ଦ୍ର କୁମାର ବସ୍ତିଆ
ଜହ୍ନ ମାଗୁଅଛି ପ୍ରିୟାର ଠିକଣା
ଜୁଈ ମାଗେ ମୋର ଦେହ
ରାତ୍ରୀ ଯାଚୁନାହିଁ ପ୍ରୀତି ଉପହାର
ସ୍ମୁତି ଯାଚେ ଖାଲି ଲୁହ ।
ବର୍ଷା ଲେଖୁଅଛି ମୋ ପ୍ରେମ କାହାଣୀ
ବସନ୍ତ ଗାଉଛି ଗାଥା
ଫଗୁଣ କହିବ ମୋ ଦୁଷ୍ଟାମୀ ଗୁଣ
ବୈଶାଖୀ ଦେଉଛି ବ୍ୟଥା ।
ଶ୍ରାବଣ ସାଥିରେ ଶ୍ରାବଣୀ ଗଲାଠୁ
ମନ ହେଲା ହୀନି ମାନ
ଶୀତ କାକରର ସ୍ପର୍ଶରେ ହୃଦୟ
ଖୋଜିଲା ପୁରୁଣା ଦିନ ।
ହେମଲତା ଦିଏ ମକର ଠିକଣା
ଯାତରାକୁ ନାହିଁ ଧନ
ସଂସାର ସାଗର ଜଳରେ ଡୁବୁଛି
ପ୍ରେମମୟ ଏହି ପ୍ରାଣ ।
ରାଉରକେଲା