ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଶୁଣି ଥିଲି କାନେ ରଖିଥିଲି ମନେ

    ତୁମ ଆଶିର୍ବାଦ କଥା

ଆଶିଷ ଦେଉଛ ଫଳ ପ୍ରାପ୍ତି ହୁଏ

   ଯାଉଛି ଜଗତ ବ୍ୟଥା।

ସବୁ ଦିଅ ଦାନ ଏକ ଏକ କରି

   ନିଜକୁ କହି ଠାକୁର

ଭକ୍ତ ହୁଏ ତୃପ୍ତି ମନ ହୁଏ ଶାନ୍ତି

    ଭକ୍ତି ମୋର ଈଶ୍ୱର।

କରି ଦେଲେ ଅଳି ଦିଅ ସବୁ ଢାଳି

    ଶାନ୍ତି କର ଭକ୍ତ ଜନ

ବିଶ୍ବ ପତି ଜନ ପ୍ରଭୁ ରଖି ଧ୍ୟାନ

   ଜଗତ ସୁସ୍ଥ ଜୀବନ।

ତୁମରି ଆଖିରେ ଭଲ ମନ୍ଦ ବୁଝ

    ତୁମେ ଯେ ହିସାବ ଖାତା

ବିଚାର ବିଭାଗ ତୁମରି ହାତରେ

    ତୁମେ ମୋ ଦାରୁ ଦେବତା।

ସବୁ ଜାଣି ଶୁଣି ନୀରବ ରହୁଛ

   ତୁମେ କି ନିଦା ପଥର

ତୁମ ପଦ ସ୍ପର୍ଶ ବାଜିଲା ପରେ ବି

      ଅହଲ୍ୟା ହେଲା ଉଦ୍ଧାର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବନ୍ଧୁତ୍ବ ଇଜି ବଲ ମ୍ୟାଚ ଅନୁଷ୍ଠିତ

Sunil Chandra Nayak

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Sunil Chandra Nayak

ସମ୍ପର୍କର ‘ ନାଟ୍ଯ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!