ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଶୁଣି ଥିଲି କାନେ ରଖିଥିଲି ମନେ
ତୁମ ଆଶିର୍ବାଦ କଥା
ଆଶିଷ ଦେଉଛ ଫଳ ପ୍ରାପ୍ତି ହୁଏ
ଯାଉଛି ଜଗତ ବ୍ୟଥା।
ସବୁ ଦିଅ ଦାନ ଏକ ଏକ କରି
ନିଜକୁ କହି ଠାକୁର
ଭକ୍ତ ହୁଏ ତୃପ୍ତି ମନ ହୁଏ ଶାନ୍ତି
ଭକ୍ତି ମୋର ଈଶ୍ୱର।
କରି ଦେଲେ ଅଳି ଦିଅ ସବୁ ଢାଳି
ଶାନ୍ତି କର ଭକ୍ତ ଜନ
ବିଶ୍ବ ପତି ଜନ ପ୍ରଭୁ ରଖି ଧ୍ୟାନ
ଜଗତ ସୁସ୍ଥ ଜୀବନ।
ତୁମରି ଆଖିରେ ଭଲ ମନ୍ଦ ବୁଝ
ତୁମେ ଯେ ହିସାବ ଖାତା
ବିଚାର ବିଭାଗ ତୁମରି ହାତରେ
ତୁମେ ମୋ ଦାରୁ ଦେବତା।
ସବୁ ଜାଣି ଶୁଣି ନୀରବ ରହୁଛ
ତୁମେ କି ନିଦା ପଥର
ତୁମ ପଦ ସ୍ପର୍ଶ ବାଜିଲା ପରେ ବି
ଅହଲ୍ୟା ହେଲା ଉଦ୍ଧାର।