ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କ୍ଷତ୍ରିୟ ମାନଂକ ଖଣ୍ଡା ଖେଳ ଅନୁଷ୍ଠିତ

କାମାକ୍ଷାନଗର ( ମସିହା ) 5/11ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହା ଗ୍ରାମର ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିରରେ ଦୀର୍ଘ ୨୫ ବର୍ଷ ଧରି ଏଯାବତ୍ ପାଞ୍ଚ ଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉ ଅଛି। ଏହି ପରିପ୍ରେ୍ଷୀରେ ଧର୍ମ ମାସ କାର୍ତ୍ତିକ ମାସରେ ବିଭିନ୍ନ ଅଞ୍ଚଳ ରୁ ସଙ୍କୀର୍ତ୍ତନ ଗୋଷ୍ଠୀ, ଶ୍ରଦ୍ଧାଳୁ, ବ୍ରତାଚାରି ଯୋଗ ଦେଇ ଏହି ଆଧ୍ୟାତ୍ମିକ ପରିବେଶ ରେ ନିଜକୁ ହଜେଇ ଦେଇଥାନ୍ତି। ଏହି ପରିପ୍ରେ୍ଷୀରେ ଚକିତ ବର୍ଷ ଓଡ଼ିଆ ଜାତି ର ଅସ୍ମିତା କ୍ଷତ୍ରୀୟ ମାନେ ଓଡିଆ ପରମ୍ପରା ଓ ସଂସ୍କୃତି ଉତ୍ତରାଧିକାରୀ ଭାବେ ମନ୍ଦିର ପ୍ରାଙ୍ଗଣ ରେ ନିଜ ନିଜ ର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ଥିଲେ l ତତ୍ ସହ ନିଆରା ଖଣ୍ଡା ଚାଳନା, ଲମ୍ଫ ଦେଇ ବୀରତ୍ବ ପ୍ରଦର୍ଶନ କରି ଥିଲେ । ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଯଜ୍ଞ ବନ୍ଦ ଥିଲ କିନ୍ତୁ ଚଳିତବର୍ଷ ପରିସ୍ଥିତି ସ୍ବଭାବିକ ଥିବାରୁ ମନ୍ଦିର କମିଟି ପକ୍ଷରୁ ବେଶ ଉତ୍ସାହ ସହ ପାଳନ କରାଯାଉଛି। ଏଥି ନିମନ୍ତେ ଆଖ ପାଖ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟୁଛି l  

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଉପାଧ୍ୟାକ୍ଷଙ୍କୁ ବ୍ଲକ ପ୍ରଶାସନର ସ୍ବାଗତ

Sunil Chandra Nayak

ଖରିଫ୍ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଲ୍ୟାମ୍ପ ଆଗରେ ଚାଷୀ ଙ୍କ ପ୍ରବଳ ଭିଡ

Sunil Chandra Nayak

ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!