ଚନ୍ଦାହାଣ୍ଡି(ମ ନି ସ) ଡେଙ୍ଗୁ ରେ ଆକ୍ରାନ୍ତ ହୋଇଥିବା ଜଣେ ଶିଶୁ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଚନ୍ଦାହାଣ୍ଡି ବ୍ଲକ ର ୪ ଜଣ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ମାନେ ହେଲେ ଯୁବ ବିଜେପି ନେତା ଭୋଦେଵ ବାଘ, ହଳଦୀ ଗ୍ରାମର ପଦୁ କଟା,ସାଲେବିଡି ଗ୍ରାମର କ୍ଷେତ୍ର ମୋହନ କଟା ଓ ବନ୍ଧକଣା ଗ୍ରାମର ପ୍ରଫୁଲ୍ଲ ଗହିର ।
ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନ୍ଧକଣା ଗ୍ରାମର ମନଧର ଗହିର ଙ୍କ ୧୩ ବର୍ଷ ର ପୁଅ ଫୁଲଚନ ଗହିର ଜ୍ବରରେ ଆକ୍ରାନ୍ତ ହୋଇ ଡେଙ୍ଗୁ ର ଶିକାର ହୋଇ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ ୪ ୟୁନିଟ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ । ଏନେଇ ଶିଶୁ ର ବାପା ମନଧର ଗହିର ଯୁବ ନେତା ଭୋଦେଵ ବାଘ ଙ୍କୁ କହିବା ପରେ ୪ ଜଣ ଯୁବକ ସ୍ୱତପ୍ରବୃତ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଏହି ଯୁବକ ମାନେ ମଣିଷ ପଣିଆ କୁ ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଭୋଦେଵ ବାଘ ,ପଦୁ କଟା,ପ୍ରଫୁଲ୍ଲ ଗହିର ଓ କ୍ଷେତ୍ରମୋହନ କଟା ପ୍ରକାଶ କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍