ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକରେ 1242 ଛାତ୍ରଛାତ୍ରୀ ମାଟ୍ରିକ ରେ ଉତ୍ତୀର୍ଣ୍ଣ :ଉଚ୍ଚ ଶିକ୍ଷା ନେବେ କେଉଁଠି?

ତେନ୍ତୁଳିଖୁଣ୍ଟି 17/07/22  ତେନ୍ତୁଳିଖୁଣ୍ଟି ବ୍ଲକର 20ଟି ହାଇସ୍କୁଲ ରେ 1242 ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ରେ 113 ଜଣ, କାମତା UGHS ହାଇସ୍କୁଲରେ 26 ଜଣ, ଖାତିଗୁଡା ଇଣ୍ଟେରଗାର୍ଲ ଏଜୁକେସନ ସେଣ୍ଟରରେ ରେ 50 ଜଣ, ଅଞ୍ଚଳଗୁମା ନୋଡାଲ ସରକାରୀ ହାଇସ୍କୁଲରେ 68 ଜଣ, ବିରିଗୁଡା ସରକାରୀ ହାଇସ୍କୁଲରେ 23 ଜଣ, କଣ୍ଟା ଗାଁ U G H S ହାଇସ୍କୁଲରେ 49 ଜଣ, ଦିବ୍ୟହୃଦୟ ବାଳିକା ହାଇସ୍କୁଲରେ 37ଜଣ, ପୂଜାରୀଗୁଡାUGHS ହାଇସ୍କୁଲରେ 32 ଜଣ, କୁଯାଜାନୀଗୁଡା SSD ହାଇସ୍କୁଲରେ 48 ଜଣ, ପାତ୍ରପୁଟ S S D ହାଇସ୍କୁଲରେ 159 ଜଣ ,ପରଜାଦେଓପାଲି UGHS ହାଇସ୍କୁଲରେ 31ଜଣ, ଲମତାଗୁଡା UGHS ହାଇସ୍କୁଲରେ 61 ଜଣ ,ଖାତିଗୁଡା ସରସ୍ୱତୀ ବିଦ୍ୟାମନ୍ଦିର ରେ 36 ଜଣ, ଦିଗି ସଲପା ଶିବପ୍ରସାଦ ହାଇସ୍କୁଲରେ 55 ଜଣ,କଂଗରା UGHS ହାଇସ୍କୁଲରେ 65 ଜଣ, କୁକୁଡ଼ାବାଇ ଆଇ ପି ଡି ହାଇସ୍କୁଲରେ 39 ଜଣ,ଝରିଗୁମା ନୋଡ଼ାଲ ପି ଏସ ହାଇସ୍କୁଲରେ 66 ଜଣ, ଅମଲାଭଟା ଗୋବର୍ଦ୍ଧନ ହାଇସ୍କୁଲରେ 74 ଜଣ, ବିଜିରାଗୁଡା SSD ହାଇସ୍କୁଲରେ 92 ଜଣ, ଖାତିଗୁଡା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ 118 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ।ବ୍ଳକର କୋଡିଏ ଟି ହାଇସ୍କୁଲ ର ମୋଟ 1242 ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି , ହେଲେ ଏଇ 1242 ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ହେଉ କି ଆଇ ଟି ଆଇ ହେଉ କି ଡିପ୍ଲୋମା ପଢିବେ କେଉଁଠି? ତେନ୍ତୁଳିଖୁଣ୍ଟି ବ୍ଲକ ରେ ଯୁକ୍ତ ଦୁଇ ପଢିବାକୁ ସରକାରୀ ଅନୁଦାନ ପ୍ରାପ୍ତ ଏକମାତ୍ର ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ରହିଛି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ରହିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଚଳିତ ବର୍ଷ ଯୁକ୍ତ ଦୁଇ ଖୋଲିବ। ଆଇ ଟି ଆଇ କି ଡିପ୍ଲୋମ ପାଇଁ ବ୍ଲକ ରେ ଶିକ୍ଷାନୁଷ୍ଠାନ ନାହିଁ। ଜବାହର ନବୋଦୟ ବିଦ୍ୟାଳୟରେ ସେହି ବିଦ୍ୟାଳୟରେ ବିଦ୍ୟାର୍ଥୀ ହିଁ ପଢୁଛନ୍ତି ଅନ୍ୟ ବିଦ୍ୟାର୍ଥୀ ଙ୍କ ପାଇଁ ସୁଯୋଗ ନାହିଁ। ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ରେ 128 ଓ ଯୁକ୍ତ ଦୁଇ କାଳରେ 256 ଛାତ୍ରୀଛାତ୍ର ହିଁ ନାମ ଲେଖାଇ ପାରିବେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଯୁକ୍ତ ଦୁଇ ବିଜ୍ଞାନ ରେ 64 ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ।

  ନନ୍ଦାହାଣ୍ଡି ବ୍ଲକ ରେ 12 ଟି ଉଚ୍ଚ ବିଦ୍ୟାଳୟ ଥିବା ବେଳେ ସେଠାରେ ତଫସିଲ ଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 64 ଜଣ ଯୁକ୍ତ ଦୁଇ ବିଜ୍ଞାନ ପଢ଼ି ପାରିବେ। ତେନ୍ତୁଳିଖୁଣ୍ଟି ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଦ୍ୟାଳୟ ର ଦଶମ ପାସ ପରେ 80 ସିଟ ରୁ ଯେଉଁମାନେ ଅନ୍ୟ କଲେଜ କୁ ପଢିବାକୁ ଯିବେ ,ଯେତିକି ସିଟ ଖାଲି ରହିବ ସେତିକି ସିଟ ରେ ହିଁ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ନାମ ଲେଖାଇ ପାରିବେ। ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ର ମାଟ୍ରିକ ପାସ ଛାତ୍ରୀଛାତ୍ର ସଂଖ୍ୟା ମୋଟ 1780 ,ଯୁକ୍ତ ଦୁଇ ପାଇଁ ଦୁଇଟି ବ୍ଲକ ରେ 562 ସିଟ ୨ଟିଯାକ ବ୍ଲକରେ ଥିବା ଅନୁଷ୍ଠାନ ରେ ରହିଛି। ଯଦି 2016-17 ଶିକ୍ଷା ବର୍ଷରେ ସିଟ ବଢ଼ାଇବା ଭଳି ବୃଦ୍ଧି କରାଯାଏ ତେବେ ୨ ପ୍ରତିଶତ ହାରରେ ଆଉ 120 ଜଣ ଅଧିକ ନାମ ଲେଖାଇ ପାରିବେ। ଏଭଳିସ୍ଥିତି ରେ ଗରିବ ତଫସିଲ ଭୁକ୍ତ ଜାତି ଜନ ଜାତି ପଛୁଆବର୍ଗ ଆର୍ଥିକ ଅନଗ୍ରସର ର ଉଚ୍ଚ ବର୍ଗର ମାଟ୍ରିକ ପାସ ବିଦ୍ୟାର୍ଥୀ ଯୁକ୍ତ ଦୁଇ ରେ ତେନ୍ତୁଳିଖୁଣ୍ଟି ଓ ନନ୍ଦାହା୍ଣ୍ଡିରେ ବ୍ଲକ ରେ ଥିବା ଅନୁଷ୍ଠାନ ରେ ନ ପାଇଲେ କଣ ବିକଳ୍ପ ବ୍ୟବସ୍ଥା କରିବେ? ଉଲ୍ଲେଖ କରାଯାଇପାରେ ଯେ ଯୁକ୍ତ ଦୁଇ ବିଜ୍ଞାନ ରେ ନାମ ଲେଖାଇବାକୁ ଏହି ଅଞ୍ଚଳ ର ଛାତ୍ରୀ ଛାତ୍ର ଙ୍କ ଆଗ୍ରହ କମ । ଗତ ବର୍ଷ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ରେ 256 ସିଟ ପୂର୍ଣ୍ଣ ଥିବା ବେଳେ ବିଜ୍ଞାନ ରେ 128ସିଟ ରୁ 79 ସିଟ ହିଁ ପୂର୍ଣ୍ଣ ରହିଛି। ଚିନ୍ତାଜନକ ବିଷୟ ହେଲା ଏହି ଅଞ୍ଚଳ ରେ ଧନ୍ଦାମୂଳକ ଶିକ୍ଷା ର ଅଭାବ ଏବଂ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ନା ସରକାରୀ ନ ବେସରକାରୀ ରହିଛି। ଆମ ପିଲା ଇଂରାଜୀ ମାଧ୍ୟମ ପିଲାଙ୍କ ପାସ ହାର ସହ ସମ କକ୍ଷ ହେବା ସତ୍ତ୍ୱେ ଉଚ୍ଚଶିକ୍ଷା ରୁ ବଞ୍ଚିତ ହେବା ଦୂର୍ଭାଗ୍ୟଜନକ। ଚଳିତ ଶିକ୍ଷା ବର୍ଷରୁ ଏହି ଅଞ୍ଚଳ ର ମାଟ୍ରିକ ପାସ ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଏହି ଅଞ୍ଚଳ ରେ ହିଁ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବି ଦାବୀ କରୁଛନ୍ତି। ତେନ୍ତୁଳିଖୁଣ୍ଟି ର ବାପୁଜି ଉଚ୍ଚ ବିଦ୍ୟାଳୟ,ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପାତ୍ର ପୁଟ, ଦହଣ। ସ୍ଥିତ ଉଚ୍ଚ ବିଦ୍ୟାଳୟ ରେ ଯୁକ୍ତ ଦୁଇ ଖୋଲିବା ସହ ନନ୍ଦାହାଣ୍ଡି ରେ ଆଇ ଟି ଆଇ କେନ୍ଦ୍ର ରେ ଆଡ଼ ମିଶନ ଏହି ଶିକ୍ଷା ବର୍ଷ ରୁଆରମ୍ଭ କରିଲେ ସ୍ଵଛଳ ବର୍ଗ ବ୍ୟତୀତ ଅନ୍ୟ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଲାଭକରି ପାରିବେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ଷ୍ଟାଡିୟମ ନିକଟରୁ ପାଞ୍ଚ ଫୁଟ୍ ନାଗ ସାପ ଉଦ୍ଧାର

Sunil Chandra Nayak

ରାଇରଙ୍ଗପୁର କୋର୍ଟ – ଜମିବାଡ଼ି ଜନିତ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

ମା ମଝି ଘରିଆଣୀ ଙ୍କ ବାର୍ଷିକ ଚୈତ୍ର ପର୍ବ ର ପୂଜା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort