ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି – ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ , ଶ୍ବଶୁର ଟାଙ୍ଗିଆ ଚୋଟରେ ବୋହୁ ଗୁରୁତର

 ଗୁରୁତର ଅବସ୍ଥାରେ ବୋହୂ ଅନୁଗୁଳ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ, କାମାକ୍ଷାନଗର 17/7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ,ରାତି ପ୍ରାୟ ୧୧ ଟା ସମୟରେ କୌଣସି କଥାକୁ ନେଇ ଶ୍ୱଶୁର ବେଣୁଧର ପ୍ରଧାନ ଓ ବଡ଼ ବୋହୂ ଯଶୋଦା ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତାହାତି ଓ ପରେ ଟାଙ୍ଗିଆରେ ହଣା ହାଣି ହୋଇଥିଲେ । ଘଟଣା ସ୍ଥଳରେ ଉଭୟେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟେଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଛନ୍ତି  ଏବଂ ବୋହୂ ଯଶୋଦାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଏ ନେଇ ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପବ୍ଲିକ ସ୍କୁଲ ରେ ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

Leave a Comment

error: Content is protected !!