ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଶବ ସାହୁ ଙ୍କ କବିତା ନିଖୁଣ ପୃଥିବୀର ସନ୍ଧାନରେ

 ନିଖୁଣ ପୃଥିବୀର ସନ୍ଧାନରେ

ଅମଣିଷ ମାନଙ୍କ ରୋଜ୍ ଆଖଡ଼ା ଏଠି
କୋକେଇରେ ବନ୍ଧା 
ମଣିଷ ପଣିଆର ଶବ
ନିଧୁମ୍ ବର୍ଷାରେ ନିଆଁ ଖପରା ଧରି
ଆସୂୟାର ଅସୁର ଡାକୁଛି ଆ’ ଆ’
ସ୍ନେହ ପ୍ରେମ ଭୁଶାୟୀ
ଶାନ୍ତି ଏଠି ଲୁଚାଉଛି ଦାଗ …
କାହିଁ ଗଲା ସେନେହ ଶେଫାଳୀ
ଅସୂୟାର ସୁରୁଜକୁ ପିଠି କରି
ପଡ଼ିଲା କି ଝରି !
ଯହିଁ ଦିନେ ଝରୁଥିଲା କାମଧେନୁ ରସ
ଭାତୃଭାବ ବିକଶିତସ୍ଥଳ
ଆଜି ସେଠି ବିତର୍କର ବିଦଗ୍ଧ କୁହୁଡି
ବକୁଳର ଅବପାତ ପ୍ରାୟ
ସତ୍ୟ ଏଠି ପଡ଼ିଅଛି ଝରି
ଯେଉଁ ପ୍ରୁଥି ଗାଉଥିଲା ଦିନେ
ପ୍ରେମର ସେ ସୁଲଳିତ ସ୍ୱର
ଆଜି ସେଠି ଶକୁନ୍ତଳା
ଭାଗବାଣ୍ଟେ ପ୍ରତି ଶନିବାର
ଦୁଷ୍ମନ୍ତଟା ସତେ ବା କାହାର
ଖୋଜିଆଣ ଖୋଜିଆଣ କେହି
ଯହିଁ ପ୍ରେମ ଯାଇଛି ବାହୁଡ଼ି
ସଂତୃପ୍ତିର ପୃଥୀ ନିରବିତ
ଶ୍ୟାମଳୀମା ବକ୍ଷ୍ୟୁ ତା’ର
ଲିଭିଛି ଦିହୁଡ଼ି
ଖୋଜିଆଣ କବି ବନ୍ଧୁ ମୋର
ଆମ୍ରକୁଞ୍ଜେ କୋକିଳ କୂଜନ
ସୁମଧୁର ରାଗ ତୋଳି ପଲ୍ଲବୀତ କରୁ
ଭରି ଦେଉ ପାଷାଣରେ ପ୍ରାଣ
ହେ ପରାଜିତ ପାଷାଣ ଈଶ୍ୱର
ଏବେ ସୁଦ୍ଧା କିମ୍ପାଇ ମଉନ 
ଭିନ୍ନ ଏକ ଗଢିଦିଅ ପୃଥି
ଯହିଁ ଥିବ ପ୍ରେମ ଆଉ ପ୍ରେମ

କେଶବ ସାହୁ,

ଢେଙ୍କାନାଳ

Related posts

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!