ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ମଣ୍ଡି ଉଦଘାଟିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି ।ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ମଣ୍ଡିର ଶୁଭ ଉଦଘାଟନ କରିଥିଲେ ।ଏଥିରେ ଚଳିତ ଖରିଫ ଧାନ କୁ କିଣିବା ପାଇଁ ଚିଲିଗୁଡା ଗ୍ରାମର ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଟି ଦାୟିତ୍ୱ ନେଇଛନ୍ତି । ମଣ୍ଡିରେ ଠିକ ଭାବରେ ଧାନ ଓଜନ କରିବା ସହ ଚାଷୀ ମାନଙ୍କୁ ଆବଶ୍ୟକ ପରିମାଣର ବୋରା ଯୋଗାଇ ଦିଆଯିବା ସହ ଚାଷୀମାନଙ୍କ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଉର୍ମିଳା ନିଆଲ ଏବଂ ସମ୍ପାଦିକା ନନ୍ଦିନୀ ନାଗ ପ୍ରକାଶ କରିଛନ୍ତି ।ମଣ୍ଡି ଉଦ୍ଘାଟନ ସମୟରେ ଚାଷୀ ସଂଘ ର ସଭାପତି ପଦୁ ନାଭ ନାଗ, ସମ୍ପାଦକ ଅଂଶୁମାନ ଯୋଶୀ ସହ ଅନେକ ଚାଷୀ ଏବଂ ଗ୍ରୁପର ସମସ୍ତ ସଦସ୍ୟା ଉପସ୍ଥିତ ରହି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶବରୀ ଶ୍ରମଣାର ପ୍ରଭୁଭକ୍ତି 

Sunil Chandra Nayak

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

ସର୍ବସାଧାରଣ ରାସ୍ତା ସହ ଜଙ୍ଗଲ ଜମିକୁ ବିକୁଛି ଇଡକୋ

Sunil Chandra Nayak

Leave a Comment

error: Content is protected !!