ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ମା’ ଗଜଲକ୍ଷ୍ମୀ ପୂଜା ରବିବାର ଆରମ୍ଭ ହୋଇ ଯାଇଛି l ଏଥିରେ ପୂଜା କର୍ତ୍ତା ଭାବେ ବୁଲୁ ରଣା ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ପୂଜକ ଭାବେ ଡୋଳାମଣି ପାଣ୍ଡିଆ ପୂଜାକାର୍ଯ୍ୟ ସମ୍ପାଦନା କରୁଛନ୍ତି l କମିଟିର ସଭାପତି ଯୁଗଳ କିଶୋର ନାଏକ, ଉପ ସଭାପତି ରଶ୍ମି ରଞ୍ଜନ ରଣା, ସଂପାଦକ କ୍ଷେତ୍ରମଣି ରଣା, ସହସଂପାଦକ ବସନ୍ତ କୁମାର ସାହୁ, ଚତୃଭୁଜ ରଣା, ସୁନିଲ ରଣା, ଅରୁଣ ରଣା, ବିଶ୍ବମ୍ବର ଭୋଇ, ଅଜୟ ରଣା, ଚୂଡ଼ାମଣି ରଣା, ଡମ୍ବରୁଧର ରଣା, ତପନ ମାଝୀ, ସମ୍ପଦ ରଣା, ବୈଦ୍ୟରାଜ ରଣା, ଗୌର ଚନ୍ଦ୍ର ନାଏକ, ସୁଶାନ୍ତ ରଣାଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି l ମା’ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ତିନି ଦିନ ବ୍ୟାପି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିର ହୋଇଛି l ସେହିପରି ସଲଣ୍ଡିଆମୁଣ୍ଡା, ବଡ଼ ଡୁଙ୍ଗୁରିଗୁଡ଼ା, ଗଜବାହାଲ, ରିଞ୍ଜା ଆଦି ଗ୍ରାମରେ ପୂଜା ଆରମ୍ଭ ହୋଇ ଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତୀର୍ଯ୍ୟକ୍

Sunil Chandra Nayak

ଖଡ଼ିଆଳ କଳାକାର ମାନଙ୍କ ବୈଠକ

Sunil Chandra Nayak

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!