ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର

ନର୍ଲା (ମନୀସ) ନର୍ଲା ବ୍ଳକ ଅନ୍ତର୍ଗତ ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର ଲୋକଙ୍କ ନଜରରେ ଆସିଥିବା ସୂଚନା ମିଳେ। ଏହି ଖବର ଏବେ ସୋସିଆଲ ମିଡିଆରେ ଛାୟି ଯାଇଛି। ଐତିହାସିକ ଦୁର୍ଗ ନିକଟ ଅସୁରଗଡ ବିଶ୍ରାମଗାର କାନ୍ଥ ଓ ନିକଟରେ ଥିବା ବରଗଛ ମୂଳରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର ଆଦି ସକାଳୁ ସ୍ଥାନୀୟ ଲୋକେ ଦେଖିଛନ୍ତି। ନର୍ଲା ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ଲାଗିବା ପ୍ରଥମ ଘଟଣା ଘଟିଛି। ପୋଷ୍ଟରର ଲେଖା ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଚାମଚାଗିରି କରି ଏ ଏରିଆରେ ଗରିବ ଲୋକଙ୍କୁ ସାମ୍ବାଦିକ ରଂଜନ ମହାନ୍ତି ବହୁତ ହଇରାଣ ଓ ଅନ୍ୟାୟ କରୁଛନ୍ତି। ଏହା ଯଦି ସୁଧାର ନ ଆସେ ତାଙ୍କୁ ପ୍ରଜା କୋର୍ଟରେ ଆଣି ମୃତ୍ୟୁଦଣ୍ଡ ଦିଆଯିବ। ମାଓବାଦୀ ସିପିଆଇଏମ ମାଓନେତା।ଲାଲ ପୋଷ୍ଟର ଲାଗିଥିବା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ପୋଷ୍ଟରର କୈ।ଣସି ସତ୍ୟତା ଅଛି ନା ସାମ୍ବାଦିକଙ୍କ ଉପରେ କୈାଣସି ବ୍ୟକ୍ତି ବିଶେଷଙ୍କ ଉଦେଶ୍ୟ ମୂଳକ ଆକ୍ରୋଶ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

Sunil Chandra Nayak

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!