ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବ୍ଲକ ରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ 

ଟେମରି (ମ ନି ସ ):ଗୋଲାମୁଣ୍ଡା ବ୍ଲକର ତୁମୁରା ଧାନ ମଣ୍ଡି ସ୍ଥାନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂଗଠନକୁ ସୁଦୃଢ କରିବା ସହିତ ଜନତାଙ୍କ ଜନ ମଙ୍ଗଳ କାର୍ଯ୍ୟ କରିବା l ଏଠାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଗୃହ ମନ୍ତ୍ରୀ ଓ ଜୁନାଗଡ଼ ବିଧାୟକ ମାନ୍ୟବର ଦିବ୍ୟାଶଙ୍କର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଗୋଲାମୁଣ୍ଡା ବ୍ଲକ ଚେୟାରମ୍ୟାନ ବିନ୍ଦୁ ମହାନନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ ରାଉତ,ଦଶପୁର ସମିତି ସଭ୍ୟ ଦୁର୍ଗେ ପ୍ରସାଦ ସାହୁ, ଗୋଲାମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ହେମାଙ୍ଗୀନି ରାଉତ, ଦଶପୁର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସରିତା ମାଝୀ, ଗଣ୍ଡାମେର ସମିତି ସଭ୍ୟ ଦୈତାରୀ ରାଉତ, କିରଣ ସିଂ,କେଗାଁ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଜୟସେନ ସାହୁ, ବ୍ଲକ ଉପାଧ୍ୟକ୍ଷ ପଞ୍ଚମୀ ଦୀପ, ପ୍ରମୁଖ ଯୋଗ ଦେଇଥିବା ବେଳେ ବେଭାରୀ ସାହୁ, ମହେନ୍ଦ୍ର ପଧାନ, ଆନନ୍ଦ ସୁନାନୀ, ଦୁଃଖୀରାମ ସା, ପଙ୍କଜ କୁମାର ମୁଣ୍ଡ, ଅଜିତ ପଧାନ ତଥା ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ପ୍ରତିନିଧି ଓ କର୍ମୀ ଉପସ୍ଥିତ ଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ଵଭାବ ଓ ବଚନ

Sunil Chandra Nayak

Leave a Comment

error: Content is protected !!