ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡାବୁଗାଁ, ୨୨/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଘୋଡାଖୁଣ୍ଟା ପଞ୍ଚାୟତ ସଦର ମହକୁମା ଠାରେ ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଘୋଡାଖୁଣ୍ଟା ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା | ପରେ ଘୋଡାଖୁଣ୍ଟା ପଞ୍ଚାୟତ ପରିସର ଓ ଘୋଡାଖୁଣ୍ଟା ର ମୁଖ୍ୟ ରାସ୍ତା କଡ ଡ୍ରେନ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା ନିଜ ସହ ନିଜ ପରିବେଶ କୁ ସ୍ୱଚ୍ଛତା ରଖିବା ନେଇ ଏକ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ଯ ଜୋନ-୧ ଧନସିଂ ଭତ୍ରା, ରିସର୍ଚ୍ଚ କୋଡ଼ିନେଟର ମାନସ ମୁଖାର୍ଜୀ, ଘୋଡାଖୁଣ୍ଟା ସରପଞ୍ଚ ଲୀଳା ଦେଇ ମାଝି, ଘୋଡାଖୁଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଘୋଡାଖୁଣ୍ଟା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ , ମାଷ୍ଟର ଟ୍ରେନର ଧନିରାମ ହରିଜନ, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!