ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

    ଶିଖା 

ଜଗଦୀଶ ଶତପଥୀ

ଦେଖି ଚାହିଁ ଖୋଜିରହି
ଭୁଲିହୁଏ ନିଜର ଅସ୍ତିତ୍ବ।
ଅପାରଗ ଭବିଷ୍ୟତ ତାଳିମାରେ
ଊଣକରି ପିଇ ହୁଏ ଯେତସବୁ
ଘିଅ ଆଉ ଘୃଣାର ଯାତନା !
ଯେତେପାର ପିଇନିଅ!
ଯେତେ ପାର ଶୋଷିନିଅ!
ଅର୍ଦ୍ଧଦଗ୍ଧ ଜୀବନ୍ତ ଶରୀର।
ଶିଖାପରି ଜଳିଯାଏ
ଜୀବନ ସଳିତା,ବୁକୁଫଟା ଚିତ୍କାର ର
ଦୁନ୍ଦୁଭି ଭିତରେ।
ଆଶା ସାଜେ ମରୀଚିକା
ଅହର୍ନିଶି ଗାଉଥାଏ ଜୀବନ ର ବେଦ,ଝୁମ୍ପୁଡିର ଲେଲିହାନ ଶିଖାର କନ୍ଦରେ।
ଶୁଭୁଥାଏ ଜୟଗାନ
ଆଲ୍ଲା ଇଶ୍ୱର ଏକ ହେ,
ସବ୍ ତୁମ୍ ହୋ ଭଗବାନ।
କିଏବା ପଚାରେ ଦୀପ ତୁ କେମିତି ଜଳୁଛୁ,
ଆଲୋକିତ କରିଚାଲୁ ନଛୋଡ ଭଂଗିରେ।
ଶିଖା କିନ୍ତୁ ଦେଉଥାଏ ଆଲୋକ ବର୍ଣ୍ଣିକା, ଅବୁଝା ଇଶ୍ୱର ପରି।

ଧର୍ମଶାଳା, ଯାଜପୁର

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଧନ୍ୟ ତୁମେ ଗୋପାଙ୍ଗନା

Sunil Chandra Nayak

ଗମ୍ଭାରୀଗୁଡା ମଣ୍ଡି ରେ ପଡିଛି ଧାନ, ଉଠାଉନାହିଁ ପ୍ରଶାସନ

Sunil Chandra Nayak

ନିର୍ମାଣ ହୋଇ ଭୁଶୁଡି ଗଲାଣି ଅଥଚ ଦିନେ ମଧ୍ୟ  ଚାଷୀଙ୍କ କାମରେ ଆସିଲା ନାହିଁ ଚେକଡ୍ୟାମ 

Leave a Comment

error: Content is protected !!