ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

    ଶିଖା 

ଜଗଦୀଶ ଶତପଥୀ

ଦେଖି ଚାହିଁ ଖୋଜିରହି
ଭୁଲିହୁଏ ନିଜର ଅସ୍ତିତ୍ବ।
ଅପାରଗ ଭବିଷ୍ୟତ ତାଳିମାରେ
ଊଣକରି ପିଇ ହୁଏ ଯେତସବୁ
ଘିଅ ଆଉ ଘୃଣାର ଯାତନା !
ଯେତେପାର ପିଇନିଅ!
ଯେତେ ପାର ଶୋଷିନିଅ!
ଅର୍ଦ୍ଧଦଗ୍ଧ ଜୀବନ୍ତ ଶରୀର।
ଶିଖାପରି ଜଳିଯାଏ
ଜୀବନ ସଳିତା,ବୁକୁଫଟା ଚିତ୍କାର ର
ଦୁନ୍ଦୁଭି ଭିତରେ।
ଆଶା ସାଜେ ମରୀଚିକା
ଅହର୍ନିଶି ଗାଉଥାଏ ଜୀବନ ର ବେଦ,ଝୁମ୍ପୁଡିର ଲେଲିହାନ ଶିଖାର କନ୍ଦରେ।
ଶୁଭୁଥାଏ ଜୟଗାନ
ଆଲ୍ଲା ଇଶ୍ୱର ଏକ ହେ,
ସବ୍ ତୁମ୍ ହୋ ଭଗବାନ।
କିଏବା ପଚାରେ ଦୀପ ତୁ କେମିତି ଜଳୁଛୁ,
ଆଲୋକିତ କରିଚାଲୁ ନଛୋଡ ଭଂଗିରେ।
ଶିଖା କିନ୍ତୁ ଦେଉଥାଏ ଆଲୋକ ବର୍ଣ୍ଣିକା, ଅବୁଝା ଇଶ୍ୱର ପରି।

ଧର୍ମଶାଳା, ଯାଜପୁର

Related posts

ସାହିତ୍ୟ ଅଗଣା

Sunil Chandra Nayak

ବନଲତା ଜାଲି ଙ୍କ କବିତା ମୁଁ ହେବି ନେତ୍ରୀ 

Sunil Chandra Nayak

ମୟୂରଭଂଜ – ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ

Leave a Comment

error: Content is protected !!