ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା/ ମହିଳାଙ୍କ ଜରାୟୁ ଓ ଗର୍ଭାଶୟ ସମସ୍ୟା ର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଆୟୋଜନ କରାଯାଇଥିଲା । କ୍ଲବର ସଭାପତି ଡଃ ମୀନତି ପଣ୍ଡା ସ୍ବାଗତ ଭାଷଣ ଦେବାସହ ଉପଯୁକ୍ତ ସଚେତନତା ଅଭାବରୁ ମହିଳାଙ୍କ ମଧ୍ୟରେ ଜରାୟୁ ଓ ଗର୍ଭାଶୟ କ୍ୟାନସର ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଏଥିରୁ ନିରାକରଣ ପାଇବାପାଇଁ ପାପ ସ୍ନିୟର ନାମକ ପରୀକ୍ଷା ର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନୁଷ୍ଠାନ ତରଫରୁ ଏହି ପରୀକ୍ଷା ମହିଳା ମାନଙ୍କୁ ନିଃଶୁଳ୍କ ଭାବେ ଯୋଗାଇ ଦିଆଯାଉଛି । ଡାକ୍ତର ପୂଜା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ ଓ ଡାକ୍ତର ତରୁଣକାନ୍ତି ଦାସ ବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମହିଳାଙ୍କ ମଧ୍ୟରେ ଜରାୟୁ ଓ ଗର୍ଭାଶୟ ସମସ୍ୟା ପ୍ରାରମ୍ଭରୁ ଜଣାପଡିଲେ ଆବଶ୍ୟକ ଚିକିତ୍ସା କରାଯାଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଂଚାଇବା ସମ୍ଭବ ବୋଲି ମତ ରଖିଥିଲେ । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିବା ବେଳେ ମାରୱାଡି ମହିଳା ମଂଚର ସଦସ୍ୟଙ୍କ ସହ ଇନରହୁଇଲ କ୍ଲବ ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଡାକ୍ତର ସୁନିତା ସାମଲ ଆବଶ୍ୟକ ହେଉଥିବା ପାପସ୍ନିୟର ପରୀକ୍ଷା ଏକ ସପ୍ତାହ ପର୍ଯ୍ୟନ୍ତ କରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡଃ ପଣ୍ଡାଙ୍କ ବ୍ୟତୀତ ଅଜିତା ମହାନ୍ତି,ପ୍ରତିମା ମହାପାତ୍ର,ଅମ୍ରିତା ତ୍ରିପାଠୀ, ମହିମା ମହାପାତ୍ର, କାବେରୀ ବାନାର୍ଜୀ,ପ୍ରମିଳା ମିଶ୍ର,ପ୍ରଜ୍ଞା ତ୍ରିପାଠୀ, ଅନୀତା ନାୟକ, ସମରଜିତ ଙ୍କ ସହ ମାରୱାଡି ମହିଳା ମଂଚର ବିଜୟଲକ୍ଷ୍ମୀ ଅଗ୍ରୱାଲ, ରେଶମା ହାଲୱାଇଙ୍କ ସମେତ ଡାକ୍ତରଖାନା ର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବରିଷ୍ଠ କଳାକାର ମହାସଂଘର ଶୋକସଭା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

Leave a Comment

error: Content is protected !!