ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

ରୁପ୍ରା, (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ରୁପ୍ରା ଗ୍ରାମର ବେଙ୍ଗପୂଜା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଓ କେସିଙ୍ଗା ଆଦର୍ଶ ଥାନାର ଏସ୍ ଆଇ ସୋନାଲିସା ବିଶ୍ବାଳ କେତେଜଣ ପୁଲିସ କର୍ମଚାରୀଙ୍କୁ ନେଇ ରୁପ୍ରା ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତିରେ ପଲମ ପଟରୁ ରୁପ୍ରା ପଟକୁ ଦୃତଗତିରେ କେତୋଟି ବାଇକ୍ ଆସୁଥିବା ଦେଖିବାକୁ ପାଇଥିଲେ ଓ ସମସ୍ତେ ସଜାଗ ହୋଇ ରୁପ୍ରାର ବେଙ୍ଗପୂଜା ଛକ ନିକଟରେ ବାଇକ୍ କୁ ଅଟକାଇବା ସମୟରେ ୩ଟି ବାଇକ୍ ଦୃତଗତିରେ ପଳାଇ ଥିବା ବେଳେ ଆହୁରି ୪ ଟି ବାଇକ୍ କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ବାଇକ୍ ଚାଳକ ବାଇକ ଛାଡି ଫେରାର୍ ହୋଇଯାଇଥିବା ଜଣାପଡିଛି। ପୁଲିସ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ବାଇକ୍ ଚାଳକ କାର୍ତ୍ତିକ ମହତ ହଡବଡେଇ ହୋଇ ବାଇକରୁ ପଡିଯାଇ ତାର ଗୋଡ ଭାଙ୍ଗି ଥିବା ବେଳେ ବାକି ଦୁଇଜଣ ରୋହନ ତାଣ୍ଡି ଓ କ୍ଷିରୋଦ ତାଣ୍ଡି ଓରଫ୍ ପିଣ୍ଟୁ କୁ ପୁଲିସ୍ ଅଟକ ରଖିଛି। ଏମାନେ ସମସ୍ତେ ମୋହନଗିରି (ମାଣିକେରା) ରୁ ପ୍ରାୟ ଦୁଇ କ୍ବିଣ୍ଟାଲ୍ ରୁ ଅଧିକ ଓଜନର ଗଞ୍ଜେଇ ସାତଟି ବାଇକ ରେ ଲଦି ଖରିଆର କୁ ଯାଉଥିବା ବେଳେ ରୁପ୍ରା ଠାରେ ପୁଲିସ ହାବୁଡରେ ପଡିଥିଲେ। ସେମାନଙ୍କ ମଧ୍ୟରୁ ଚାରୋଟି ବାଇକ୍ ଧରାପଡିଥିବା ବେଳେ ସେଠାରେ ଲଦା ଯାଇଥିବା ଆଠଟି ଗଞ୍ଜେଇ ଭର୍ତ୍ତି ବସ୍ତା ପୁଲିସ ଜବତ କରିଥିଲା। ତେବେ ପୁଲିସ ଅଟକ ରଖିଥିବା ରୋହନ ତାଣ୍ଡି କହିଛି ସେ କୋମନା ର ସୁରେଶ ତାଣ୍ଡି ପାଇଁ ଏହି କାରବାର କରୁଥିଲା । ପରେ କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ସତ୍ଯ କୁମାର ନନ୍ଦ ଓ ମାଜିଷ୍ଟ୍ରେଟ୍ ଦାୟିତ୍ଵରେ କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ରମୋହନ ନାୟକ ପହଞ୍ଚିବା ପରେ ତାଙ୍କ ଉପସ୍ଥିତିରେ ଜବତ ହୋଇଥିବା ଆଠଟି ବସ୍ତାକୁ କଟା ଯାଇଥିଲା। ସେହି ବସ୍ତା ଭିତରେ ପ୍ରାୟ ଦୁଇ କେଜିଆ ଓଜନର ୭୮ଟି ଗଞ୍ଜେଇ ଭର୍ତ୍ତି ଜରି ପେକେଟ୍ ରହିଥିବା ବେଳେ ୧ କ୍ବିଣ୍ଟାଲ ୫୫ କେଜି ୫୪୩ ଗ୍ରାମ ଓଜନର ଗଞ୍ଜେଇ ବାହାରି ଥିଲା। ପରେ ୧୩ଟି ବସ୍ତାରେ ସମସ୍ତ ଗଞ୍ଜେଇକୁ ଭରି କେସିଙ୍ଗା ଥାନା କୁ ନେଇଥିଲେ। ଜବତ ହୋଇଥିବା ବାଇକ୍ ଗୁଡିକର ନମ୍ବର ହେଲା OD 26 E 9225, OD 26 E 1998, OD 26 E 9108 ଓ CG 07 BP 9286 ବୋଲି ପୁଲିସ କହିଛି। ତେବେ ରୁପ୍ରା ଅଞ୍ଚଳରେ ବାରମ୍ବାର ଅସାମାଜିକ କାର୍ଯ୍ଯକଳାପ ସହ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଲିସ ପେଟ୍ରୋଲିଂ ବ୍ଯବସ୍ଥା କରିବା ସହ ପୁଲିସ ବିଟ୍ ହାଉସ୍ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

  ରୁପ୍ରା  ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

କବିତା – କହିବ କି ସତ?

Sunil Chandra Nayak

ରାଉରକେଲା – ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!