ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୁରାପାହାଡ଼ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବି ଅବହେଳିତ

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ର ପାଦଦେଶରେ ଥିବା ଗଦଳା ନିକଟରେ ଥିବା ଚୁରାପାହାଡ଼ ସମଗ୍ର ରାଜ୍ୟରେ କଳାହାଣ୍ଡି ଜିଲ୍ଲାର ଶୋଭା ବର୍ଦ୍ଧିତ କରୁଛି । ହେଲେ ଆଜିବି ଅବହେଳିତ ଅବସ୍ଥାରେ ପଡି ରହିଛି । ଫଳରେ ପର୍ଯ୍ୟଟକ ମାନେ ମଧ୍ୟ ମୁହଁ ଫେରାଇବାକୁ ବସିଲେଣି । ଏଠାରେ କେବଳ ପ୍ରତିବର୍ଷ ଶିବରାତ୍ର ରେ ଲୋକେ ରୂଣ୍ଡ ହେଉଥିବା ବେଳେ ଅନ୍ୟ ସମୟରେ ମଦୁଆଙ୍କ ଆଡ୍ଡା ସ୍ଥଳି ପାଲଟିଛି । ଚୁରାପାହାଡ଼କୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ତାହା ଅନେକାଂଶରେ କାଗଜ କଲମରେ ଚାଲୁଥିବା ଅଭିଯୋଗ ହୋଇଛି । ଆଜି ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଚୁରାପାହାଡ଼ର ଗଦଲା ଝରଣ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା,ସର୍ଵ ପ୍ରଥମେ ଧବଳେଶ୍ବର ଶିବ ମନ୍ଦିରରେ ଧୂପ ଦୀପ ଜାଳି ଗୋଳାମୁଣ୍ଡା ବ୍ଲକର ବିକାଶ ପାଇଁ ଶିବଙ୍କ ଠାରେ ପ୍ରାଥନା ଜଣାଇ ଥିଲେ, ପରେ ସଂଘ ର ସଭାପତି ରାମକୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ଗତ କିଛିଦିନ ତଳେ ମକ୍ରାଗୁଡା ଠାରେ ପାଣି ସମସ୍ୟା ଉପରେ ଖବର ପ୍ରସାରଣ କୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ଦେଇଥିବା ମନ୍ତବ୍ୟକୁ ନେଇ ନିନ୍ଦା କରାଯାଇଥିଲା । ପରେ ଚୋରାପାହାଡ଼ର ଏଭଳି ଦୁର୍ଦ୍ଦଶା ଦେଖି ଉଦବେଗ ପ୍ରକାଶ ପାଇଥିଲା । ଚୋରାପାହାଡ଼କୁ ନା ପ୍ରଶାସନ, ନା ବନ ବିଭାଗ ନା ପର୍ଯ୍ୟଟନ ବିଭାଗ ସମସ୍ତେ ଅଣଦେଖା କରୁଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଚୋରାପାହାଡ଼ର ବିକାଶ ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅବଦାନ ଅତୁଳନୀୟ,ତେଣୁ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ ର ବିକାଶ   କିଭଳି ରହିବ ସେ ଦିଗରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ,କଳାହାଣ୍ଡି ଜିଲ୍ଲାପାଳ ଓ ବ୍ଲକ ଅଧ୍ୟକ୍ଷଙ୍କୁ ସଂଘ ପକ୍ଷରୁ ଦାବୀପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଅନ୍ୟ ପକ୍ଷରେ ଗୋଲାମୁଣ୍ଡା ବ୍ଲକ ର ବିକାଶ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନ ହେବେ ସେ ନେଇ ଆଲୋଚନା କରାଯାଇଥିଲା । ବରିଷ୍ଠ ଉପଦେଷ୍ଟା ଶ୍ୟାମସୁନ୍ଦର ଅଗ୍ରୱାଲ ସହନଶୀଳତା ହିଁ ଏକ ସାମ୍ବାଦିକର ଧର୍ମ ହେବା ଉଚିତ ବୋଲି କହିଥିଲେ । ସମ୍ପାଦକ ଈଶ୍ଵର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ କୁମର ମଣି ଦୁର୍ଗା,ଖୀରସିନ୍ଦୁ ପଟେଲ, ବ୍ରହ୍ମା କାଣ୍ଡ, ପ୍ରଥିରାଜ ତାଣ୍ଡି, ବିସିକେସନ ଜୋତିଶ, ଜନ୍ମେଜୟ ନାଇକ, ସୁରେନ୍ଦ୍ର କୁମାର ଯାଲ, ବନମାଳୀ ମେହେର ବିଶ୍ୱଜିତ ସେନାପତି, କୃଷ୍ଣ ଚନ୍ଦ୍ର ମହାନନ୍ଦ, ପ୍ରିୟକୃଷ୍ଟ ପଟେଲ,ଲବଜି ପଟେଲ ମହେନ୍ଦ୍ର ଦାସ, ଲୋକନାଥ ଟୋଲଟିଆ,ଉପେନ୍ଦ୍ର ବଗର୍ତ୍ତି,ମୁରଲୀଧର ବାଗ, ପଙ୍କଜ ସାହୁ,ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା।

Related posts

ରାଜ୍ୟରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ : ମନ୍ତ୍ରୀ ପ୍ରଦୀପ ଅମାତ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂଗଠନ କୁ ମିଳିଲା “ସେବାରତ୍ନ ସମ୍ମାନ”

Sunil Chandra Nayak

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

Leave a Comment

error: Content is protected !!