ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

ମୌସୁମୀ ହେ ତୁମେ ଆସ

 

ଉପେନ୍ଦ୍ର କୁମାର ବସ୍ତିଆ

 

ମୌସମୀ ହେ ତୁମେ ଆସିଯାଅ ଧାମେ 

    ନିଦାଘ ଯାଇଛି ଫେରି 

ରୋଷଣୀ ସଜେଇ ଓଢ଼ଣୀ ପକାଇ 

    ଆସ ତୁମେ ଅବତରି 

ଧରଣୀ ବକ୍ଷେ ଭରିଦିଅ ତୁମେ 

    ଶସ୍ୟ ସମ୍ଭାର ଶିରି  

     ନିଦାଘ ଯାଇଛି ଫେରି ।

ତୁମ ଆଗମନେ ଧରଣୀ ବକ୍ଷେ 

   ଆଦ୍ୟ ଅସରା ଝରେ 

ବେଙ୍ଗୁଲି ନାନୀଟା ସାରୁମୁଳେ ବସି 

    ହୁଳହୁଳି ସ୍ୱନ କରେ 

ମେଘ ସବାରୀରୁ ଓହ୍ଲାଇ ଆସ ହେ 

    ସୃଜନୀ ପସରା ଧରୀ 

   ନିଦାଘ ଯାଇଛି ଫେରି ।

ବିନ୍ଦୁ ବିନ୍ଦୁ ହୋଇ ଝରିପଡ଼ ଯେବେ 

    ଟାଙ୍ଗରା ଭୁଇଁର କୋଳେ 

ତୁମରି ପରଶେ କଦମ୍ବ କଢୀ 

    ପସ୍ଫିତିଟ ହୁଏ ଭୋଳେ 

ଅବାରିତ ଭାବେ ଝରାଇ ଦିଅ ଗୋ 

    ସଂଜୀବନୀ ସୁଧା ବାରୀ 

    ନିଦାଘ ଯାଇଛି ଫେରି ।

ତୁମରି ପଥକୁ ଏ ସାରା ଜଗତ 

    ଚାହିଁଛି ଚାତକ ପରି

ତୃଷିତ ଧୂସର ଧରଣୀ ପୃଷ୍ଠେ 

    ସବୁଜିମା ଦିଅ ଭରି 

    ନିଦାଘ ଯାଇଛି ଫେରି ।

ବାଉଁଶ ବଣରୁ ଡାହୁକ ଶୁଣାଏ 

    ତୁମ ଆଗମନି ବାର୍ତ୍ତା 

କେବଳ କୃଷକ ବନ୍ଧୁ ନୁହ ତୁମେ 

    ଜୀବ ଜଗତର ସ୍ରଷ୍ଟା 

ଜନ ସମାଜର ମନେ ଭରିଦିଅ 

    ଆଶାର ଆଲୋକ ଢ଼ାଳି

   ନିଦାଘ ଯାଇଛି ଫେରି ।

ତୁମେ ନ ଆସିଲେ ମହାମାରୀ ସୃଷ୍ଟି 

    ଆସଇ ଅକାଳେ ମାଡ଼ି 

ସବୁରୀ ମନରେ ନୈରାସର ଭାବ 

    ହା ହା କାର ଯାଏ ବଢି 

ଭୟେ ବିହ୍ଵଳିତ ମାନବ ସମାଜ

    ରୋମାଞ୍ଚ ଯାଆଇ ଭରି 

    ନିଦାଘ ଯାଇଛି ଫେରି ।

ରାଉରକେଲା

 

Related posts

ଛତିଶଗଡ ସରକାର ଉଦନ୍ତୀ ନଦୀରେ ବେରେଜ ନିର୍ମାଣ,ସିନାପାଲି ବ୍ଲକ ସୀମାନ୍ତରେ ବେରେଜ ସ୍ଥାନ ଚିହ୍ନଟ, ଓଡିଶା ଛତିଶଗଡ଼ ଜଳବିବାଦ ଘନେଇଲା

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

Sunil Chandra Nayak

Leave a Comment

error: Content is protected !!