ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବ୍ରହ୍ମ ଅଭିଶାପ ମୋ ଉପରେ ପଡୁ
      ବ୍ରହ୍ମାଣ୍ଡ ଉଦ୍ଧାର ହେଉ
ଚାହିଁଛି ପ୍ରଭୁଙ୍କୁ ଦୃଷ୍ଟି ଚଉଦିଗ
       ରକ୍ଷା କର ମହାବାହୁ।
ଏତେ ନାମ ନେଲ ଆହେ ବିଶ୍ବ ପତି
       ବିପଦ ଭଞ୍ଜନ ହରି
ସଂସାର ନଉକା ପାରି କରି ଦେବ
    ନାବିକ ମୋର ଗୁହାରୀ।
ଭଲମନ୍ଦ କଥା ତୁଟାଇବ ବ୍ୟଥା
    ସବୁ ତୁମ ହାତ କାମ
ଯାହାକୁ ଯେମିତି ବଚନ ଦେଉଛ
    ପାଳନ ଜପ ତୋ ନାମ।
ନିରାକାର ବ୍ରହ୍ମ ସ୍ବୟଂ ନାରାୟଣ
    ଦାରୁ ରୂପେ ପାଉ ପୂଜା
ଦର୍ଶନ କରିଲେ ସାକ୍ଷାତ ଆସୁଛ
    ଦେଉଳେ ଉଡ଼ାଇ ଧ୍ଵଜା।
ଭକ୍ତ ବନ୍ଧୁ ଜନ ତୋ ପ୍ରେମେ ବାଇଆ
       ଭଜୁଛି ତୋର କୀର୍ତ୍ତନ
ପାଇବାକୁ ହବ ଭକ୍ତିରେ ଚିନ୍ତିଲେ
      ପ୍ରଭୁ ହେ ଦିଅ ଦର୍ଶନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

 

Related posts

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାଉଁଶ ତଳର ନିଆଁ 

Sunil Chandra Nayak

ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

Leave a Comment

error: Content is protected !!