ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

ସେ କାଳ ପଖାଳ

     ପ୍ରଶାନ୍ତ କୁମାର ନାଥ

 

ସେ କାଳ ପଖାଳ ନାହିଁ ଲୋ ସଜନୀ

     ସେ କାଳ ପଖାଳ ନାହିଁ

ନାହିଁ ହାଣ୍ଡି ଚୁଲି ନାହିଁ ସେ ଚାଉଳ

    ପଖାଳ ଗଣ୍ଡିକ ପାଇଁ। 

 

ଏଵେ ହାଇଁ ପାଇଁ ହେଉଅଛି ମନ

    ପଖାଳ ଗଣ୍ଡିକ ପାଇଁ

ପାଶ୍ଚାତ୍ୟରେ ପଡି ଭୋଗେ ପଶ୍ଚ୍ୟାତାପ

   ଆମରି ଓଡିଶା ଭୂଇଁ। 

 

ସକାଳ ପଖାଳ ଦେହକୁ ଯେ ବଳ

    ଧନୀଠୁ ଗରିବ ପାଇଁ

ଓଡିଶା ମାଟିର ଆପଣାର ଖାଦ୍ୟ

     ଭୁଲିଯାଓ କାହିଁ ପାଇଁ। 

 

ବାସୀ ପଖାଳରେ ଅଛି ଯେଉଁ ଶକ୍ତି

     ପଲାଉରେ ନାହିଁ କିଛି

ଆଜି ଯେଉଁ ନର ଦେଖ ହୃଷ୍ଟପୁଷ୍ଟ

    ହଜାର ରୋଗରେ ଅଛି। 

 

ବାର ମାସ ଛଅ ଋତୁରେ ସର୍ବଦା

    ଓଡ଼ିଆ ହାଣ୍ଡିରେ ଥାଏ

ବେଳ କି ଅବେଳ ନାହିଁ ତା’ର କାଳ

    ପାକଶାଳେ ରହି ଥାଏ।  

 

କୃଷକର ପାଇଁ ଟଙ୍କ ତୋରାଣି ତା

    କୈବଲ୍ୟ ପରିକା ପାଏ

ବର୍ଷା ଝଡ଼ି ଖରା ଖାତିରି ନକରି

    ପଖାଳକୁ ସଦା ଖାଏ। 

 

ଅତୃପ୍ତ ମନକୁ ତୃପ୍ତ କରେ ସିଏ

    ବୈଶାଖ ପ୍ରସାଦ ହୋଇ

ପୁରଠୁ ସହର ହସେ ଖିଲି ଖିଲି

   ମୁଠାଏ ପଖାଳ ଖାଇ। 

 

ଏ ଆମ ପଖାଳ ଆମେ ତା ନିଜର

   ଭୁଲି ଯାଓ ନାହିଁ ଭାଇ

ସେ କାଳ ପଖାଳ ଫେରୁ ହାଣ୍ଡି ଶାଳେ

     ଆପଣାର ହେଇ ଯାଇ।।

 

ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା

Related posts

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ସରକାରୀ ଆବସ ଗୃହ କାହା ପାଇଁ ? ମୁରା ଗଉଡ଼ ଘରଖଣ୍ଡିକ ପାଇଁ ନୟାନ୍ତ

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

Leave a Comment

error: Content is protected !!