ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେନ୍ସ ଏକାଡେମୀ ଫୁଲବାଣୀ ର ୨୨ ତମ ବାର୍ଷିକ ରଜ ଉତ୍ସବ ୨୦୨୨ ଅନୁଷ୍ଠିତ

   ଫୁଲବାଣୀ -:   ରଜ ପର୍ବ ଅବସରରେ ଫୁଲବାଣୀ ଗାନ୍ଧୀ ସ୍ମୁତି ଭବନ ଠାରେ ରାଜ୍ୟରେ ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ଫୁଲବାଣୀ ର ଅଗ୍ରଣୀ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠାନ ର ସମ୍ପାଦକ ଏ ସୋରାଜ ପାତ୍ର ସନ୍ତୋଷ ଭାଇ ଙ୍କର ବଳିଷ୍ଠ ଉଦ୍ୟମ ରେ ୨୨ ତମ ବାର୍ଷିକ ରଜ ଉତ୍ସବ ୨୦୨୨ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ପାଳିତ ହୋଇଯାଇଛି । ଉକ୍ତ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଯୋଗ ଦେଇଥିଲେ। ଫୁଲବାଣୀ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରଜ ପର୍ବ ହେଉଛି ଓଡ଼ିଶାର ଏକ ଗଣପର୍ବ ରାଜ୍ୟର ପୁରପଲ୍ଲୀରେ ଏହି ରଜ ପର୍ବ କୁ ପରମ୍ପରା ଅନୁସାରେ ମହିଳା ମାନେ ଅତି ଆନନ୍ଦର ସହ ପିଠା ପଣା ରଜ ପାନ ଖାଇ ଦୋଳି ଖେଳି ପାଳନ କରୁଥିବା ବେଳେ ଫୁଲବାଣୀ ଠାରେ ଡ୍ୟାନ୍ସ ଏକାଡେମୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଳନ କରାଯାଉଥିବା ଏକ ଆନନ୍ଦର କଥା ବୋଲି କହି ଥିଲେ ।ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନ ର ଉପଦେଷ୍ଟା ଆଇନଜୀବୀ ସତ୍ୟନାରାୟଣ ବେହେରା,ସମାଜସେବୀ ତଥା ରାଷ୍ଟ୍ରୀୟ ମଜଦୂର ସଙ୍ଘ ସଭାପତି ଘନ କୁମାର ଶବର,କନ୍ଧମାଳ ର ଗର୍ବ ଗୌରବ ତଥା ଓଡ଼ିଆ ସିନେ ପ୍ରଯୋଜକ ପ୍ରଶାନ୍ତ କୁମାର ନାୟକ, ଡ୍ୟାନ୍ସ ଏକାଡେମୀର ସଭାପତି ଶ୍ରୀ ଭାଗବତ ବେହେରା,ସମ୍ପାଦକ ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଦେଇଥିଲେ । ସୂଚନା ଅନୁସାରେ ଜିଲ୍ଲାର ସର୍ବ ପୁରାତନ ଖ୍ୟାତନାମା ନୃତ୍ୟ,ସଙ୍ଗୀତ ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ଦୀର୍ଘ ୨୨ବର୍ଷ ହେବ ଏହି ରଜ ଉତ୍ସବ ପାଳନ କରିଆସୁଅଛି । କରୋନ। ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି ପର୍ବ ବନ୍ଦ ରହିଥିଲା । ଏହି ବର୍ଷ ଡେନ୍ସ ଏକାଡ଼େମୀ ପକ୍ଷରୁ ରଜ ପର୍ବ ଆୟୋଜିତ ହେଉଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିବା ପାଇଁ ଆଗ୍ରହ ସହ ଉପସ୍ଥିତ ଥିଲେ ବୋଲି ଡେନ୍ସ ଏକାଡେମୀ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ସୋରାଜ ପାତ୍ର ସୂଚନା ଦେଇଥିଲେ । ଏହି ଅନୁଷ୍ଠାନର ବହୁ ଶିଶୁ କଳାକାର ଜିଲ୍ଲା ତଥା ରାଜ୍ୟରେ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ସୂଚନା ମିଳିଛି।ଏହି ରଜ ଉତ୍ସବରେ ଆନୁଷ୍ଠାନ ର କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ବହୁ ଦର୍ଶକ ଉପସ୍ଥିତ ରହିଥିଲେ । ଉତ୍ସବ ପାଳନ ବେଳେ ଅନୁଷ୍ଠାନର ଛୋଟ ବଡ଼ କଳାକାର ନିଜର କଳା ପ୍ରତିଭା ଦେଖାଇ ସମସ୍ତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ ।ସେହି କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସ୍ଥିତ ଦର୍ଶକ ମାନେ ଅନୁଷ୍ଠାନ ର କୁନି କଳାକାର ମାନଙ୍କର ନୃତ୍ୟ ଦେଖି ଭରପୁର ମଜା ଉଠାଇଥିଲେ ।ଏହି ଡେନ୍ସ ଏକାଡେମୀ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନୃତ୍ୟ ଶିକ୍ଷୟତ୍ରୀ ମିସ୍ ସୁମନ ଓ ମିସ୍ ଲିଶା ଅତି ସୁନ୍ଦର ନୃତ୍ୟ,ସଙ୍ଗୀତ ଶିକ୍ଷା ଦେଉଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଉପସ୍ଥିତ ଥିବା ଦର୍ଶକ ମାନେ ଅନୁଷ୍ଠାନ ର କଳାକାର ମାନଙ୍କର ହୃଦୟସ୍ପର୍ଶୀ ନୃତ୍ୟ ପରିବେଷଣ ଦେଖି ଅନୁଷ୍ଠାନ ର ଉତ୍ତରତର କାମନା କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

Sunil Chandra Nayak

ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଆମ୍ବୁଲାନ୍ସ ଭିତରେ ଜନ୍ମ ଦେଲେ ଗର୍ଭବତୀ

Sunil Chandra Nayak

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେନ ଭିତରେ ଚାଳିଛି ଶିକ୍ଷାଦାନ

Sunil Chandra Nayak

Leave a Comment

error: Content is protected !!