ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡ଼ା ବାନ୍ତି ଆକ୍ରାନ୍ତ ଗ୍ରାମ କୁ ବିଧାୟକ ଙ୍କ ଗସ୍ତ ଓ ସମସ୍ୟା ସମ୍ପର୍କରେ ଆଲୋଚନା

 ତେନ୍ତୁଳିଖୁଣ୍ଟି ୨୪/୦୮/୨୨  ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ା ଗ୍ରାମପଞ୍ଚାୟତ ର ପୋଡ଼ା ଆଉଁଳି ଗ୍ରାମ ଓ ପୂଜାରୀଗୁଡା ଗ୍ରାମପଞ୍ଚାୟତ ର ଖୁଣ୍ଟିପଦର ଗ୍ରାମ ବିଧାୟକ ସଦାଶିବ ପ୍ରଧାନୀ ଗସ୍ତ କରି ଲୋକ ମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।।ଝାଡ଼ା ବାନ୍ତି ରେ ଆକ୍ରାନ୍ତ ଲୋକ ମାନଙ୍କୁ ମାସ୍କ , ସାବୁନ, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଏଵଂ ମେଡିକାଲ ଟିମ୍ ସହିତ ଆଲୋଚନା କରି ଉତ୍ତମ ସ୍ଵାସ୍ଥ୍ଯ ସେବା ଯୋଗାଇଦେବା ପାଇଁ କହିଥିଲେ I ବିଧାୟକ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ବି ଡି ଓ ଦୁର୍ଯୋଧନ ଭୋଇ ବ୍ଲକ ଅଧକ୍ଷା ଶ୍ରୀମତୀ ନିଲେଦ୍ରି ନାୟକ ,ଉପାଧକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର ବିଶୋଇ , ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଫୁଲ ନାଗ, ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ସୁଧୀର ଖୁରା,ପୂର୍ବତନ ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ତନୟ ସାଗର ନାୟକ ,ବିଜେଡି ଯୁବ ନେତା ଗୋଲକ ନାୟକ, ବାବୁନି ନାୟକ ,ଲଚ୍ଛମନ ମାଝି , ହରିଶ୍ଚନ୍ଦ୍ର ନାୟକ,ତୀର ନାଗ, ଟୁନା ନାଗ,ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ ମେଡିକାଲ ଟିମ ଓ ବିଜୁ ଜନତାଦଳ ର ଅନେକ କର୍ମୀ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

ବେହେରା ପଡା ରାସ୍ତା ସୁଧୁରିବ କେବେ? 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣ ସଞ୍ଜ

Sunil Chandra Nayak

Leave a Comment

error: Content is protected !!