ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

  ଗଣେଶ କୁହନ୍ତି

             

           ଅପର୍ତ୍ତି ସେଠୀ

ଗଣେଶ କୁହନ୍ତି ବାବୁରେ 
        ଯଦି କବିଟି ହେବୁ,
ସର୍ବଦା ମା’ବିଣାପାଣୀଙ୍କୁ
        ମନ ମଧ୍ୟେ ଜପିବୁ।
କୂଟ କପଟ ତୋ ଦେହରୁ
        ଯେତେ ଦୂରେ ଫିଙ୍ଗିବୁ,
ଗର୍ବ ଅହଂକାର ହୃଦରେ
        ତିଳେହେଁ ନ ଆଣିବୁ।
ନିଜର ପ୍ରଶଂସା କା’ ଆଗେ
        କେବେ କରିବୁ ନାହିଁଁ,
ଯଦି ଜ୍ଞାନୀ କହୁ ତୋ ପାଖୁଁ
        ମାଆ ଯିବେ ଦୂରେଇ।
ଲେଖନୀ ତୋହର ବାବୁରେ
        ଆଉ ଚାଲିବ ନାହିଁ,
ଯେତେ ଖୋଜିଲେ ବି ଶବ୍ଦଟି
        ଆଉ ପାଇବୁ କାହିଁ?
ଅନ୍ୟର କବିତା ଶ୍ରଦ୍ଧାରେ
       ଯଦି ତୁ ପଢୁଥିବୁ,
ନିଜର ଜ୍ଞାନଟି ବଢିବ
       ତେଣୁ ଲେଖି ପାରିବୁ।
ସାହିତ୍ୟ ଆସର ଗଲେ ତୁ‌
       ଯେତେ କବି ଦେଖିବୁ,
ସମସ୍ତଙ୍କୁ ଯୋଡ‌ ହସ୍ତରେ
       ନମସ୍କାର କରିବୁ।
ବେଶୀ ଶୁଣିବୁ ତୁ ଅଳପ‌
       ଚର୍ଚ୍ଚା ସେଠି କରିବୁ,
ଅନ୍ୟର କବିତା ଶୁଣି ତୁ
       ତାଳି ନିଶ୍ଚେ ମାରିବୁ।
ସମ୍ବର୍ଦ୍ଧନା ପଛେ ବାବୁରେ
       କେବେ ପଡ଼ିବୁ ନାହିଁ,
ସାଧନା ରଖିଲେ ସମ୍ମାନ
        ଆପେ ଆସି ମିଳ‌ଇ।
ପଦପଦବୀରେ ଅନେକ
        ବାବୁମାନେ ଅଛନ୍ତି,
ସମସ୍ତେ ଲେଖନୀ ଚାଳନା
        କିବା କରିପାରନ୍ତି?
ସାରସ୍ବତ ଶିକ୍ଷା ସାଧନ
       ସରସ୍ବତୀଙ୍କ ଦାନ,
ସବୁଠାରେ ମିଳେ ଆଦର
       ପୁଣି ବଢେ ସମ୍ମାନ।
ଅନ୍ୟର ଦୁର୍ଗୁଣ ନ ଦେଖି
       ନିଜ ତ୍ରୁଟି ଦେଖିବୁ,
ସମାଲୋଚନା ତୁ କାହାକୁ
       କେବେ ବି ନ କରିବୁ।
ଅନ୍ୟର ପ୍ରଶଂସା ଶୁଣିଲେ
       ମନେ ଖୁସି ହୋଇବୁ‌ ,
ଅନ୍ଯଠୁଁ ଜ୍ଞାନ ଶିଖିବାକୁ
       ସଦା ଚେଷ୍ଟା କରିବୁ।
ନିଜ ବାହାଦୂରୀ ଦେଖେଇ
       କେହି ବଡ ହୋଇନି,
ଅହଂ ଭାବ ରଖି ମାଆଙ୍କୁ
       କେହି ପାଇପାରିନି‌।
ଗଣେଶ କୁହନ୍ତି ବାବୁରେ
       ଯଦି କବିଟି ହେବୁ,
ସମାଜ ହିତରେ ବାରତା‌
       ଲେଖା ମଧ୍ୟେ ରଖିବୁ।
ଯେଉଁ ବାଣୀ ତୁହି ଲେଖିବୁ
        ନିଜେ ତାକୁ ମାନିବୁ,
ନ ମାନି ଅନ୍ୟକୁ କହିଲେ
        ନିଜ ଜ୍ଞାନ ହାରିବୁ। 
କବିର କଲମ ଅଟ‌ଇ
        ଶକ୍ତିଶାଳୀ କମାଣ,
ଯାହା ଦ୍ଵାରା ସାରା ସଂସାରୁ
        ଦୂର ହୁଏ ଦୁର୍ଗୁଣ‌।
ଗଣେଶଙ୍କ ମୁଖ ବଚନ
       କବି ଲେଖକ‌ ଶୁଣ,
ଏକଥାକୁ ଯଦି ମାନିବ
       ପୂଜା ପାଇବ ଜାଣ।
ସମସ୍ତେ ମରିବେ ଏଠାରେ
       ଜଣେ ମରିବ ନାହିଁ,
ଅମୃତ ସୃଜନୀ ଭିତରେ
       କବି ବଞ୍ଚି ରୁହ‌ଇ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ସବଳ ହେବ କୃଷି,କ୍ଷୁଦ୍ର ଶିଳ୍ପ ଓ ମିଶନ ଶକ୍ତି

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!