ବାଲେଶ୍ଵର,୨୯/୧୦/୨୨- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସିତାଡିହା ସରକାରୀ ନୋଡାଲ ସ୍କୂଲ ପ୍ରାଙ୍ଗଣରେ NIRDO ପ୍ରଡ୍ଯୁସର କୋ ଅପରେଟିଭ ସୋସାଇଟି ପକ୍ଷରୁ ଚାଷୀ ମାନଙ୍କୁ ନେଇ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୋସାଇଟିର ସଭାପତି ପ୍ରଦୀପ ଜେନାଙ୍କ ସଭାପତିତ୍ଵରେ ବସ୍ତା ଏଫ ପି ଓ -ଶ୍ୟାମ ପ୍ରସାଦ ବେହେରା, ସି ଵି ଵି ଓ – ସନ୍ମୟ ମହାପାତ୍ର, ଏନ ସି ଡ଼ି ସି ଅନୁପମ ସିଂ, ବାଲେଶ୍ଵର ସି ଇ ଓ – ସୁବ୍ରତ କୁମାର ପଣ୍ଡା, ଜଳେଶ୍ଵର ସି ଇ ଓ – ରମାକାନ୍ତ ସି, ସାମ୍ବାଦିକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗ ଦେଇ ଚାଷୀ ଓ ଚାଷର ସଂଯୋଗ କରଣ ଉପରେ ଆଲୋକପାତ କରିଥିଲେ । ଚାଷୀ ମାନେ ଚାଷରେ ବାରମ୍ବାର ଖ୍ୟତି ସହ୍ୟ କରି ଚାଷ ପ୍ରତି ବିମୁଖ ହେଉଥିବା ବେଳେ ସରକାରୀ ପ୍ରୋତ୍ସାହନ ପାଇଁ ବାଧ୍ୟ ହୋଇ ଚାଷ କରୁଛନ୍ତି । ତେଣୁ ସୋସାଇଟି ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଏକ ବର୍ଷ ଧରି ସୋସାଇଟି ଜନସାଧାରଣଙ୍କ ପାଇଁ କାମ କରି ଅସୁଥିବା ବେଳେ, ଚାଷୀ ନିଜର ଉପାର୍ଜିତ ସାମଗ୍ରୀ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଛି । ତେଣୁ ସୋସାଇଟି ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଚାଷୀ ଠାରୁ ସିଧା ସଳଖ ଉପାର୍ଜିତ ଫସଲକୁ କିଣିବା ନିମନ୍ତେ ବଧ ପରିକର ହେବ । ତେଣୁ ସମସ୍ତ ଚାଷୀ ପ୍ରଥମେ ସୋସାଇଟି ସହ ଯୋଡି ହୁଅନ୍ତୁ ଏବଂ ସୋସାଇଟିରୁ ଲାଭ ଉଠାଇ ବାକୁ ନେତୃତ୍ୱ ମଣ୍ଡଳୀ ନିବେଦନ କରିଥିଲେ । ଚାଷୀମାନଙ୍କର ସମସ୍ୟା କୁ ୨୨ ବର୍ଷର ଓଡିଶା ସରକାର ଏ ପର୍ଯ୍ୟନ୍ତ କିଛି ବୁଝୁନାହାନ୍ତି । ଆମେ ଯଦି ଆମର ପରିବାର ଚଳିବା ପାଇଁ କମ ଚାଷ କରିବୁ ନେତା ମନ୍ତ୍ରୀ ବଡ ବଡ଼ିଆ ବୁଲାଉଥିବା ଲୋକମାନେ କଣ କରିବେ ? ଏ ସବୁ ୨୦୨୪ ନିର୍ବାଚନ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ କରିବାର ବାଟ ନୁଁହେ ତ ? ଆଲୋଚନା କରୁଛନ୍ତି ଜନସାଧାରଣ ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ