ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୨୯/୧୦/୨୨- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସିତାଡିହା ସରକାରୀ ନୋଡାଲ ସ୍କୂଲ ପ୍ରାଙ୍ଗଣରେ NIRDO ପ୍ରଡ୍ଯୁସର କୋ ଅପରେଟିଭ ସୋସାଇଟି ପକ୍ଷରୁ ଚାଷୀ ମାନଙ୍କୁ ନେଇ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୋସାଇଟିର ସଭାପତି ପ୍ରଦୀପ ଜେନାଙ୍କ ସଭାପତିତ୍ଵରେ ବସ୍ତା ଏଫ ପି ଓ -ଶ୍ୟାମ ପ୍ରସାଦ ବେହେରା, ସି ଵି ଵି ଓ – ସନ୍ମୟ ମହାପାତ୍ର, ଏନ ସି ଡ଼ି ସି ଅନୁପମ ସିଂ, ବାଲେଶ୍ଵର ସି ଇ ଓ – ସୁବ୍ରତ କୁମାର ପଣ୍ଡା, ଜଳେଶ୍ଵର ସି ଇ ଓ – ରମାକାନ୍ତ ସି, ସାମ୍ବାଦିକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗ ଦେଇ ଚାଷୀ ଓ ଚାଷର ସଂଯୋଗ କରଣ ଉପରେ ଆଲୋକପାତ କରିଥିଲେ । ଚାଷୀ ମାନେ ଚାଷରେ ବାରମ୍ବାର ଖ୍ୟତି ସହ୍ୟ କରି ଚାଷ ପ୍ରତି ବିମୁଖ ହେଉଥିବା ବେଳେ ସରକାରୀ ପ୍ରୋତ୍ସାହନ ପାଇଁ ବାଧ୍ୟ ହୋଇ ଚାଷ କରୁଛନ୍ତି । ତେଣୁ ସୋସାଇଟି ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଏକ ବର୍ଷ ଧରି ସୋସାଇଟି ଜନସାଧାରଣଙ୍କ ପାଇଁ କାମ କରି ଅସୁଥିବା ବେଳେ, ଚାଷୀ ନିଜର ଉପାର୍ଜିତ ସାମଗ୍ରୀ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଛି । ତେଣୁ ସୋସାଇଟି ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଚାଷୀ ଠାରୁ ସିଧା ସଳଖ ଉପାର୍ଜିତ ଫସଲକୁ କିଣିବା ନିମନ୍ତେ ବଧ ପରିକର ହେବ । ତେଣୁ ସମସ୍ତ ଚାଷୀ ପ୍ରଥମେ ସୋସାଇଟି ସହ ଯୋଡି ହୁଅନ୍ତୁ ଏବଂ ସୋସାଇଟିରୁ ଲାଭ ଉଠାଇ ବାକୁ ନେତୃତ୍ୱ ମଣ୍ଡଳୀ ନିବେଦନ କରିଥିଲେ । ଚାଷୀମାନଙ୍କର ସମସ୍ୟା କୁ ୨୨ ବର୍ଷର ଓଡିଶା ସରକାର ଏ ପର୍ଯ୍ୟନ୍ତ କିଛି ବୁଝୁନାହାନ୍ତି । ଆମେ ଯଦି ଆମର ପରିବାର ଚଳିବା ପାଇଁ କମ ଚାଷ କରିବୁ ନେତା ମନ୍ତ୍ରୀ ବଡ ବଡ଼ିଆ ବୁଲାଉଥିବା ଲୋକମାନେ କଣ କରିବେ ? ଏ ସବୁ ୨୦୨୪ ନିର୍ବାଚନ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ କରିବାର ବାଟ ନୁଁହେ ତ ? ଆଲୋଚନା କରୁଛନ୍ତି ଜନସାଧାରଣ ।

 ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଇଛାଥିଲା ମୋର ଭଲ ମଣିଷଟେ ହବାକୁ

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

Leave a Comment

error: Content is protected !!