ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଠାରେ ସମ୍ପନ୍ନ ହେଲା ଯୋଡି ଛତର ଯାତ୍ରା

ନୂଆପଡା:  ଚୌହାନ ବଂଶୀୟ ଇଷ୍ଟଦେବୀ ମା’ ସମଲେଶ୍ବରୀ ଏବଂ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସମ୍ପର୍ଣ୍ଣ । ଖଡ଼ିଆଳ ସହରକୁ ଅନ୍ୟ ଜିଲ୍ଲାର ଗୁଡିକରେ ବିଭିନ୍ନ ଦେବାଦେବୀଙ୍କ ଛତର ଯାତ୍ରା ଚାଲିଥିବାବେଳେ, ଖଡ଼ିଆଳରେ ମଧ୍ୟ ଯୋଡି ଛତର ଯାତ୍ରା ଅନୁଷ୍ଠିତ ହୋଇଛି , ଯାହାକି ଏକ ବିରଳ ପରମ୍ପରା ବୋଲି ଗବେଷକ ମାନେ ମତ ଦିଅନ୍ତି । ଯୋଡି ଛତର ଯାତ୍ରା ଦେଖିବା ପାଇଁ ପଡ଼ୋଶୀ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ଛତିଶଗଡ଼ ରାଜ୍ୟରୁ ଖଡ଼ିଆଳକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ରାଜା ରାଜୁଡା ଶାସନ କାଳରେ ଖଡ଼ିଆଳ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେଓ ଖଡ଼ିଆଳ ଗଡ଼ଜାତ ରାଜ୍ୟର ସୁରକ୍ଷା ପାଇଁ ୧୮୨୦ ମସିହା ପଲମାଗଡରୁ ବଡ ଭଉଣୀ ଦେବୀ ମା’ ରକ୍ତାମ୍ବରୀକୁ ଆଣି ରାଜ ଦରବାରରେ ସ୍ଥାପନା କରିଥିଲେ । ସେହିଭଳି ସାନ ଭଉଣୀ ଦେବୀ ମା’ ସମଲେଶ୍ବରୀଙ୍କୁ କୋମନା ଗଡରୁ ଆଣି ଇଷ୍ଟଦେବୀ ରୂପେ ସ୍ଥାପନା କରିଥିଲେ । ସେହି ଶହଶହ ବର୍ଷର ଐତିହ୍ୟ ପରମ୍ପରାକୁ ରକ୍ଷା କରିବା ନେଇ ବର୍ତ୍ତମାନର ଯୁବରାଜ ଦେବ ଦେବ ସିଂ ଦେଓଙ୍କ ନେତୃତ୍ୱରେ ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ପାଳିତ ହୋଇ ଆସୁଛି । ଉଭୟ ମା’ ପ୍ରତିବର୍ଷ ଦଶହରା ପୀଠ ଦଶମୀ ଦିନ ଛତର ଦେହରେ ବିରାଜ ମାନ କରି ଘର ଘର ଯାଇ ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ଉଭୟ ମା’ଙ୍କ ଯୋଡି ଛତର ଘର ଘର ନ ଯାଇ ଭବ୍ୟ ସମାରୋହରେ ବଜାର ତାଳେ ତାଳେ ସହରର ମୁଖ୍ୟ ରାସ୍ତାରେ ଯୋଡ଼ି ଛତରଯାତ୍ରା ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା ।

ଯୋଡି ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଯାହାଫଳରେ ମା’ଙ୍କ ଆଶିଷ ପାଇବା ପାଇଁ ଦୀପ, ଧୂପ, ନୈବେଦ୍ୟ ସହିତ ଖଇ ଗୁଡ଼ ଘିଅ ମନ୍ଦାର ମାଳା ଧରି ସଡକର ଉଭୟ ପାର୍ଶ୍ୱରେ ଭକ୍ତ ମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଦଶମୀରେ ପ୍ରଥମେ ଉଭୟ ମା’ ଖଡ଼ିଆଳ ରାଣୀ ସାହେବାଙ୍କ ଠାରୁ ପୂଜା ପାଇବା ପରେ ଅନ୍ୟାନ୍ୟ ଜାତି, ଧର୍ମ, ବର୍ଣ୍ଣ ସମସ୍ତଙ୍କ ଠାରୁ ପୂଜା ପାଇବାର ପରମ୍ପରା ଖଡ଼ିଆଳ ଠାରେ ରହିଛି । ଏନେଇ ବିଶାଳ ଯୋଡ଼ି ଛତର ଯାତ୍ରାକୁ ଘଣ୍ଟ ଶଙ୍ଖ ବାଦ୍ୟରେ ସହର ପରିକ୍ରମା କରାଯାଇଛି 

 ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାବେଶ ହୋଇଥିଲା । ଯୋଡି ଛତର ଯାତ୍ରା ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ମହିଳା ବର୍ଗରେ ଡେୟର ଡେଭିଲ୍ସ ଚମ୍ପିୟାନ

Sunil Chandra Nayak

ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ

Sunil Chandra Nayak

ସିଡ ସଂସ୍ଥା ର ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort