ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା *ଆଉଥରେ ଜନ୍ମନିଅ କୃଷ୍ଣ*

*ଆଉଥରେ ଜନ୍ମନିଅ କୃଷ୍ଣ*

   

         ନିରୁପମା ପାଣି 

ଅନ୍ୟାୟ ଅନୀତି ବଢି ବଢିଯାଇ
ଶେଷ ସୀମା ଛୁଇଁ ଲାଣି
ସହ ସହ କଂସ ଉତ୍ପାତ ହୁଅନ୍ତି
ଧର୍ମସଂକଟ ହେଲାଣି
ଆଉଥରେ ଜନ୍ମ ନିଅ କୃଷ୍ଣ ତୁମେ
ଅଧର୍ମ ନାଶନ କର
ଆସିଛି ଭାଦ୍ରବ ରୋହିଣୀ ନକ୍ଷେତ୍ର
ଅଷ୍ଟମି ତିଥି ମହୀର
କୃଷ୍ଣ ପକ୍ଷ ଘୋର ଅନ୍ଧାର ଆଜିତ
ବରଷା ଗର୍ଜନ କରେ
ଘଡ ଘଡି ଅଛି ଆଜିର ଆକାଶେ
ବିଜୁଳି ଚମକ ମାରେ
ଅନେକ ଦେବକୀ ବନ୍ଦୀଶାଳେ ଆଜି
ପ୍ରତୀକ୍ଷାରେ ତୁମ ଛନ୍ତି
ବସୁଦେବ ମାନେ ଯୋଡ ହସ୍ତେ ପୁଣି
ନୟନୁ ଅଶୃ ପୋଛନ୍ତି
କେହିଜଣେ ହେଲେ ଶାନ୍ତିରେ ନାହାନ୍ତି
କୃଷ୍ଣ ହେ ତୁମେ ଜାଣ
ପାଟିଖୋଲିବାକୁ ସାହାସ ମିଲୁନି
କଂସ ନାଶିବ ଜୀବନ
ଦୟାକର ଆଉଥରେ ଦୟାମୟ 
ଅବତାର ପୁଣି ହୋଇ
ହାତରେ ମୁରଲୀ ପୁଣି ଶୋଭା ପାଉ
ରାଧା ରାଧା ସ୍ୱନ ବାଇ
ଯଶୋଦା ଚାହିଁଛି ସର ଠେକି ଧରି
ବିଶ୍ୱ ରୁପ ଦେଖିବାକୁ
ଯମୁନା ଝୁରୁଝି କଦମ୍ବ କାନ୍ଦୁଛି
ତୁମ ପାଦ ଛୁଇଁ ବାକୁ
ଆସ ଅବତରି ଆହେ କଳା କାହ୍ନୁ
ଗୋବର୍ଦ୍ଧନ ଧାରୀ କୃଷ୍ଣ
ଭାଇ ବଳରାମ ସୁଦାମା ସୁବଳ
ସଙ୍ଗେ ଆଣି ଯେ ଆପଣ
କପଟି ଲଂପଟି ଖଳ ନାଶ କରି
କଳିରେ ଉଡାଅ ବାନା
ଧର୍ମ ସଂସ୍ଥାପନା ଆଉକେ କରିବ
ଠାକୁରହେ ତୁମ ବିନା

          ଚାନ୍ଦବାଲି  , ଭଦ୍ରକ୍

Related posts

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

Leave a Comment

error: Content is protected !!