ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟଳୟ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜପୁର ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୌମ୍ୟରଂଜନ ରାଉତ ସଂଯୋଜନା କରିଥିଲେ ।ଉକ୍ତ ବୈଠକକୁ ନନ୍ଦି କିଶୋର ନ।ଏକ ଏ ୟୁ ଟି ଏ ଫ ର କଳାହାଣ୍ଡି ଜିଲ୍ଲା ଉପସଭାପତି ଙ୍କ ପ୍ରତକ୍ଷ ତତ୍ବାଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଉପଦେଷ୍ଟା ଭାବରେ ବଣିଜରା ସି ଆର ସି ସି ରାଜେଶ କୁମାର ସେଠ,ଚିଚେଇଗୁଡା ସି ଆର ସି ସି ଗଗନେଶ୍ୱର ରଣା ,ନୋଡାଲ ସି ଆର ସି ସି ଗୋଦାବରୀଶ ପଣ୍ଡା ,ସହକାରୀ ଶିକ୍ଷକ ଅରୁଣ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଜୁନାଗଡ଼ ଗଠନ ନିମନ୍ତେ ଏକ ନୂତନ କମିଟି ଗଠନ କରାଯାଇଥିଲା ।ଏଥିରେ ରାଜେଶ ସେଠଙ୍କୁ ସଭାପତି ଭାବେ ମନୋନୀତ କରାଯାଇ ଥିବା ବେଳେ ସମ୍ପାଦକ ଭାବରେ ସୌମ୍ୟରଂଜନ ରାଉତ ଏବଂ କୋଷାଧକ୍ଷ ଭାବରେ ସୁନୀଲ କୁମାର ଦାସ ଙ୍କୁ ସର୍ବ ସମତି କ୍ରମେ ମନୋନୀତ କରାଯାଇଥିଲା । ପରି ଶେଷରେ ମହାସଂଘ ଜୁନାଗଡ଼ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏଥିରେ ବିଭିନ୍ନ ବିଦ୍ୟାଳୟର ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ସି ଆର ସି ସି ନନ୍ଦି କୃଷ୍ଣ ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

Sunil Chandra Nayak

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

Sunil Chandra Nayak

ଦୀପକ କୁମାର ବଳ ଙ୍କ କବିତା ଦେବ ଦେବ ମହାଦେବ

Sunil Chandra Nayak

Leave a Comment

error: Content is protected !!