ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପି ଡି ଏସ ମାଣ୍ଡିଆ ରେ ଚାକୁଣ୍ଡା ଅପମିଶ୍ରଣ ରହିଥିବା ଅଭିଯୋଗ

ଚନ୍ଦାହାଣ୍ଡି ୨୪/୯(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆ ଯାଉଥିବା ମାଣ୍ଡିଆ ରେ ଚାକୁଣ୍ଡା ମଞ୍ଜି, ବାଲି ଗୋଡି ମିଶ୍ରଣ ଥିବା ସହ କିଛି ମାଣ୍ଡିଆ ବସ୍ତା ରେ ସମ୍ପୁର୍ଣ ଭାବରେ କଳା ପଡିଯାଇ ଖାଇବା ଯୋଗ୍ୟ ହୋଇ ନଥିବା ନେଇ ହିତାଧିକାରୀ ମାନଙ୍କ ମଧ୍ୟ ରେ ତିବ୍ର ଅସନ୍ତୋଷ୍ଟ ଦେଖା ଯିବା ସହ ଯୋଗାଣ ବିଭାଗ ଏହାର ଉଚିତ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି । ମିଳିଥିବା ସୂଚନାନୁସାରେ ଚନ୍ଦାହାଣ୍ଡି ବ୍ଲକ ଫଟକୀ ଓ ଅନକାବେଡା ପଞ୍ଚାୟତ ରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ହିତାଧିକାରୀ ମାନଙ୍କୁ ମୁଣ୍ଡ ପିଛା ଚାଉଳ ୫ କେଜି ସହ ୨ କେଜି ମାଣ୍ଡିଆ ଦେବା ପାଇଁ   ପଞ୍ଚାୟତ କୁ ୧୯୯ ବ୍ୟାଗ୍ ମାଣ୍ଡିଆ ଆଶି ଥିବା ବେଳେ ଗୋଟିଏ ବ୍ୟାଗ ମାଣ୍ଡିଆ ରେ ମାଣ୍ଡିଆ ସହ ଚାକୁଣ୍ଡା ମଞ୍ଜି, ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣ ଥିବାରୁ ହିତାଧିକାରୀ ମାନେ ପଞ୍ଚାୟତ  ଆଗରେ ହୋହାଲ୍ଲା କରିଥିଲେ ।ସରପଞ୍ଚ ମଞ୍ଜୁନାଥ ମାଝି ସେମାନଙ୍କୁ ବୁଝା ସୁଝା କରିବା ସହ ଯୋଗାଣ ନୀରିକ୍ଷକ ଦେବେନ୍ଦ୍ର ସେଠିଆ ଙ୍କୁ ଅବଗତ କରିବା ପରେ ମିଶ୍ରଣ ମାଣ୍ଡିଆ ହିତାଧିକାରୀ ମାନଙ୍କୁ ନ ଦେଇ ବନ୍ଦ କରି ଦେବା ପାଇଁ ନିର୍ଦ୍ଧେଶ ଦେଇ ଥିବା ସରପଞ୍ଚ   ଶ୍ରୀ ମାଝି ପ୍ରକାଶ କରିଥିଲେ । ସେହିପରି ଅନକାବେଡା ପଂଚାୟତ ରେ ହିତାଧିକାରୀ ମାନଙ୍କୁ ଦିଆଯିବା ପାଇଁ ଆସି ଥିବା ୧୯୦ ବ୍ୟାଗ୍ ମାଣ୍ଡିଆ ରେ ୩ ବ୍ୟାଗ୍ ମାଣ୍ଡିଆ ରେ ବାଲି , ଗୋଡି, କୁଟା ପରି ମାଣ୍ଡିଆ ରହି ଥିବା ଅଭିଯୋଗ ହୋଇଛି । ଏତାଦ୍ରୁଶ୍ୟ ଅପମିଶ୍ରଣ ମାଣ୍ଡିଆ ହିତାଧିକାରୀ ଙ୍କୁ ଯୋଗାଇ ଦିଆଯାଉ ଥିବା ନେଇ ବିଭିନ୍ନ ମହଲ ରେ ତିବ୍ର ଅସନ୍ତୋଷ୍ଟ ପ୍ରକାଶ ପାଇବା ସହ ଏହାର ତଦନ୍ତ କରି ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି । ଏ ସମ୍ପର୍କରେ ଯୋଗାଣ ବିଭାଗ କୁ ମାଣ୍ଡିଆ ଯୋଗାଉ ଥିବା ନବରଙ୍ଗପୁର ଟିଡିସି ର ବି ଏମ ଓ ପ୍ରକାଶ କୁମାର ଦାସ କୁ ପଚାରିବାରୁ ଘଟଣା କୁ ସ୍ୱୀକାର କରିବା ସହ ଆର୍ ଏମ୍ ସି ଯୋଉ ମାନ ରେ ମାଣ୍ଡିଆ ଯୋଗାଉଛି ଆମେ ତାହା ଯୋଗାଣ ବିଭାଗ କୁ ଯୋଗାଇ ଦେଉଛୁ ବୋଲି ସେ ସଫେଇ ଦେଇଛନ୍ତି । ଏ ଦିଗର ଜିଲ୍ଲାପାଳ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା 

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

Leave a Comment

error: Content is protected !!