ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଟା ପାୱାର ପକ୍ଷରୁ ରାଇରଙ୍ଗପୁର ହାଇସ୍କୁଲରେ ବନ ମହୋତ୍ସବ

ମୟୂରଭଞ୍ଜ-୪/୮/୨୨- (ମସିହା)ଟାଟା ପାୱାର ପକ୍ଷରୁ ସ୍ଥାନୀୟ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡି.ଏଫ.ଓ ରାଇରଙ୍ଗପୁର ନଳିନୀ କାନ୍ତ ବେହେରା, ସମ୍ମାନୀତ ଅତିଥି ଭାବେ ଏକ୍ସିକ୍ୟୁଟିଭ୍ଢ ଇଂଜିନିୟର୍ ଟାଟା ପାୱାର ଚିନ୍ମୟ ବେହେରା,ଏସ.ଡି.ଓ ବିଦ୍ଯୁତ୍ ବିଭାଗ ରାଇରଙ୍ଗପୁର ସବଡ଼ିଭିଜନ ଜେ ସୌଭାଗ୍ଯ ରଶ୍ମିଚିକିତ୍ସା,ରେଞ୍ଜ ଅଫିସର ଅନ୍ତର୍ଯ୍ୟାମୀ ମହାକୁଡ,ଡେପୁଟିମ୍ୟାନେଜର କମର୍ସ ,ଅର୍ଣବ ରଞ୍ଜନ ଜେନା ଡେପୁଟି ମ୍ୟାନେଜର ଫାଇନାନ୍ସ ପ୍ରମୁଖ ମଞ୍ଚାସୀନ ଥିଲେ ।ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଏନ ସି ସି ଅଧିକାରୀ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଅତିଥି ମାନଙ୍କ ସହ ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ,ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଏବଂ ଛାତ୍ର ଶିବା ମାର୍ଣ୍ଡି ନିଜ ନିଜ ବକ୍ତବ୍ଯ ମାଧ୍ୟମର ବୃକ୍ଷ ରୋପଣର ମାହାତ୍ମ୍ଯ ବିଷୟ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରମାନଙ୍କ ସହ ବିଦ୍ଯୁତ୍ ବିଭାଗର ରାଜେନ୍ଦ୍ର କୁମାର ମହାନ୍ତି,ଶୈଳେନ୍ଦ୍ର ସାହୁ,ବିମଳ ମହାନ୍ତି,ଶୁଭେନ୍ଦୁ ପ୍ରସାଦ ରାଉତ, ରାଇରଙ୍ଗପୁର ହାଇସ୍କୁଲ ବରିଷ୍ଠ ଶିକ୍ଷକ ଗୌରୀଶଙ୍କର ମହାନ୍ତ,ଶିକ୍ଷକ ଯଶୋବନ୍ତ ମହାନ୍ତ,ସୁନୀଲ କୁମାର ବିଶ୍ବାଳ,କାରୁ ହେମ୍ଭ୍ରମ,ଶିକ୍ଷୟିତ୍ରୀ ଅପର୍ଣ୍ଣା ମାଇତି,ନମ୍ରତା ବଳ,ମଧୁସ୍ମିତା ଗିରିପ୍ରମୁଖ ଉପସ୍ଥିତି ଥିଲେ ।ସଭା କାର୍ଯ୍ୟପରେ ବିଦ୍ୟାଳୟ ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ।ଏଥିରେ ବିଦ୍ୟାଳୟର ଏନ୍ ସି ସି କ୍ଯାଡେଟ୍ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପାଣି  ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!