ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

ଜୁନାଗଡ଼,୨୮/୬(ମ ନି ସ) କଲହାଣ୍ଡି ସିପିଆଇ ତରଫରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ଶୀଘ୍ର ପାଣି ଯୋଗାଣ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଥିଲା। ସିପିଆଇର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଦାମୋଦର ବେହେରାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ସ୍ଥାନୀୟ ଆରଏମସି ଠାରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବ୍ଲକ ପରିସରରେ ଏକ ସଭାକରି ଦକ୍ଷିଣ ମୁଖ୍ୟ କେନାଲର ମରାମତି ଓ ଲାଇନିଂ କାମ ଶୀଘ୍ର ଶେଷ କରି ଚାଷୀ କୁ ତୁରନ୍ତ ପାଣିଯୋଗାଇଦେବା ଏଥିସହ ନିର୍ମାଣ ଶ୍ରମିକ ମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ, ମରୁଡି କ୍ଷତିପୂରଣ ଓ ମାଗଣାରେ ବିହନ ଓ ସାର ଯୋଗାଣ, ଜଙ୍ଗଲ ଜମିର ପଟ୍ଟା ବଣ୍ଟନ, ଦୁଣ୍ଡା ଓ ଲଖନା ପଡ଼ା ଗ୍ରାମକୁ ରାସ୍ତା ନିର୍ମାଣ, ଜବ କାର୍ଡ ଧାରୀଙ୍କୁ ଶହେ ଦିନର କାମ ଯୋଗାଣ, ଖଣ୍ଡୁଆଲ  ମାଳି ସୁରକ୍ଷା, ଖଣି ଖନନ ବନ୍ଦ ଓ ରିଜର୍ଭ ଫରେଷ୍ଟ ସୁରକ୍ଷା ପ୍ରଭୃତିଦାବି କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ପୂର୍ଣ ଚନ୍ଦ୍ର ପ୍ରଧାନ, ଅକ୍ଷୟ ମେହେର, ଜଗଦୀଶ ଦୁର୍ଗା, ବନମ୍ବର ମେହେର, ମାଧବ ସାହୁ, ସୁଶାନ୍ତ ଜାଲ, ମସ୍ତକ ସୁନାନି, ବିନିତା ମାଝି, ସଞ୍ଜୟ ସୁନାନୀ, ସୁରେନ୍ଦ୍ର ମାଝୀ, ଦୁର୍ୟ ମାଝୀ ପ୍ରମୁଖ ଏଥିରେ ସାମିଲ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ମାଣିକପୁର ପଞ୍ଚାୟତରେ ଡିଜିଟାଲ ଶୁଭାରମ୍ଭ ନେଇ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ

Sunil Chandra Nayak

Leave a Comment

error: Content is protected !!