ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଡେ଼ନ ବ୍ଲକରେ ଚିତା ବାଘର ଆତଙ୍କ , ବନ ବିଭାଗ ବାଘ ଧରିବାରେ ଅକ୍ଷମ

ନୂଆପଡ଼ା ଜିଲ୍ଲାରେ ବୋଡେ଼ନ ବ୍ଲକ ହେଉଛି ଜିଲ୍ଲାର ଏକ ବନ ପାହାଡ଼ ଘେରା ଅଞ୍ଚଳ ଏହି ବ୍ଲକରେ ଅନେକ ଲୋକ ଜଙ୍ଗଲରେ ବା ଜଙ୍ଗଲ ପାଖା ପାଖି ଗାଁରେ ବସବାସ କରନ୍ତି। ଆଦିବାସୀ ବହୁଲର ଲୋକମାନେ କେବେ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି ତ କେବେ ବନ୍ୟ ଜନ୍ତୁର ଶିକାର ହେବାର ଦେଖିବାକୁ ମିଳିଛି। କିଛି ଦିନ ତଳେ ବୋଡେ଼ନ ବ୍ଲକ ନାଗପଡା ଗ୍ରାମପଞ୍ଚାୟତ ସ୍ଥିତ ମାକରବିର୍ଲି ଗ୍ରାମରେ ଚିତା ବାଘ ଅନେକ ଗାଈ ଗୋରୁ ଛେଳିଙ୍କୁ ନିଜ ଶିକାର କରିଥିବା ବେଳେ ଆଜି ମଧ୍ୟ ସିର୍ଲି ଗ୍ରାମରେ ଏକ ବଳଦ ଖାଦ୍ୟ ସଂଗ୍ରହ କରୁଥିବା ସମୟରେ ଚିତା ବାଘର ଶିକାର ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ଚିତା ବାଘର ଆତଙ୍କ ଖେଳି ଯାଇଥିବା ବେଳେ ଅନେକ ଗରିବ ନିରୀହ ଲୋକଙ୍କ ଗାଈ ଗୋରୁ ଓ ବିଭିନ୍ନ ପ୍ରକାର କ୍ଷୟ କ୍ଷତି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଲ ବିଭାଗ ଯଦି ଗୋରୁ ଗାଈକୁ ବାଘ ଦାଉରୁ ସୁରକ୍ଷା ଦେଇ ପାରୁନାହାନ୍ତି ତାହେଲେ କେମିତି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ ଏବେ ଲୋକଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।ତେଣୁ ବୋଡେ଼ନ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ବାଘକୁ ଆୟତ କରିବା ପାଇଁ ଆତଙ୍କିତ ଗ୍ରାମବାସୀମାନଙ୍କ ଦ୍ଵାରା ଦାବି ହେଉଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପରିତ୍ୟକ୍ତ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପାଣିରେ ବୁଡ଼ି ମୃତ୍ୟୁ ଅଭିଯୋଗ

Sunil Chandra Nayak

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କ ଉପେକ୍ଷା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!