Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା “ଗୋବିନ୍ଦ “ by Sunil Chandra NayakDecember 11, 2022065 Share0 “ଗୋବିନ୍ଦ “ ଶ୍ଯାମା ପ୍ରସାଦ୍ ବୋଷ୍ ଗୋବିନ୍ଦ ଗୋବିନ୍ଦ ପଦୁ ମକରନ୍ଦ ସତେ କିବା ମଧୁ ଝରେ ସେହି ମକରନ୍ଦ ପାନରେ ଆନନ୍ଦ ସୁଧା ରସ ସମ ଭରେ । ଗୋବିନ୍ଦ ନାମରେ ଏ ମାୟା ସଂସାରେ ପାପ ତାପ ପାରି କରେ ଗୋବିନ୍ଦ ନାମରେ ଭାବ ବିଶ୍ବାସରେ ଦୁଃଖ ଶୋକ ସବୁ ହରେ । ଗୋବିନ୍ଦ ର ମାୟା ସଂସାର ଟା ବାୟା ଗୋବିନ୍ଦ ଗୋବିନ୍ଦ ଭଜେ ଗୋବିନ୍ଦ ଭାବରେ ଭାବ ଭକତିରେ ଗୋବିନ୍ଦ ନାମ ରେ ହଜେ । ଗୋବିନ୍ଦ ର ଛନ୍ଦା ଚରଣରେ ବନ୍ଧା ଭକ୍ତ ପ୍ରାଣ ସଦା ମଜ୍ଜେ ଗୋବିନ୍ଦ ର ଫନ୍ଦା ଭୁଲି କାମ ଧନ୍ଦା ଗୋବିନ୍ଦ ପ୍ରେମରେ ହଜେ । ଗୋବିନ୍ଦ ର ନାମ ଗୁଣ କୀର୍ତ୍ତନ ରେ କି ମାୟା ଭରିଛି ସତେ ସେ ମାୟା ରେ ପଡି ଭକତିରେ ଗଡି ଗୋବିନ୍ଦ କୁ ଡାକେ କେତେ । ଗୋବିନ୍ଦ ର ନାମ ସୁଧା ରସ ସମ ପାନ କରେ ଯିଏ ଜାଣେ ଗୋବିନ୍ଦ ଗୋବିନ୍ଦ ପଦୁ ମକରନ୍ଦ ଗୋବିନ୍ଦ ନିକଟେ ଟାଣେ । ଗୋବିନ୍ଦ ଭଜିଲେ ତା ନାମେ ହଜିଲେ ଭାବ ଭକତିରେ ରହି ଗୋବିନ୍ଦ ନିଶ୍ଚୟ ହୋଇବେ ସଦୟ ଆପଣାର ଭାବ ବହି । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ