ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ

ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ

ତ୍ରିଲୋଚନ ପାଢୀ

 (ଶିକ୍ଷକ )
ଗୋବିନ୍ଦ ନାମକୁ 
ନିତ୍ୟ ଭଜ ମନ 
ଜପ ଗୋବିନ୍ଦଙ୍କ ନାମ 
ପ୍ରଭୁଙ୍କର ଦିବ୍ୟ 
ନାମ ଜପ କଲେ 
ପୂର୍ଣ୍ଣ ହେବ ମନସ୍କାମ l 
ଗୋବିନ୍ଦଙ୍କ ପଦୁ
ଝରେ ମକରନ୍ଦ 
ସତେ ଅମୃତ ସମାନ 
ସେ ଚାରଣାମୃତ 
ପାନ କଲେ ସଦା 
ଜୀବନ ହୋଇବ ଧନ୍ୟ l 
ମାୟା ସଂସାରରୁ 
ପାରି ହେବା ପାଇଁ 
ଗୋବିନ୍ଦ ଏକା ଭରଷା 
ପ୍ରଭୁଙ୍କ ଚରଣେ 
ଶରଣ ପଶିଲେ 
ପୂର୍ଣ୍ଣ ହୁଏ ମନୋବାଞ୍ଛା l 
ଗୋବିନ୍ଦଙ୍କ ନାମ 
ଭଜନ କୀର୍ତ୍ତନ 
ପ୍ରଭୁଙ୍କର ନାମ ଗାନ 
ପ୍ରଭୁଙ୍କର ଛନ୍ଦl 
ଚରଣରେ ସଦା 
ବନ୍ଧା ଭକ୍ତ ମନପ୍ରାଣ l
ଗୋବିନ୍ଦଙ୍କ ଦିବ୍ୟ 
ନାମ ସଦା ଭଜ 
ଜପ ପ୍ରଭୁଙ୍କର ନାମ 
ଗୋବିନ୍ଦଙ୍କ ପଦେ 
ସମର୍ପିତ ହେଲେ 
ସାର୍ଥକ ହେବ ଜୀବନ ll 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା/ପୋ:-ନନ୍ଦିଗ୍ରାମ 
ଭାୟା:ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

କ୍ରୀଡା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପାଇଛି ମାଣ୍ଡେଲ ହାଇସ୍କୁଲ 

Sunil Chandra Nayak

Leave a Comment

error: Content is protected !!