ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ

ମୟୂରଭଞ୍ଜ -୪/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଟାଟା-ବାଦାମପାହାଡ ରେଳପଥରେ ବୁଧବାର ଦିନ ପୂର୍ବାହ୍ନ ୮.୦୦ଟା ପାଖାପାଖି ସମୟରେ ଅଁଳାଯୋଡି ଷ୍ଟସେନ ସନ୍ନିକଟ ଚେଞ୍ଚଳା ପୋଲ ପାଖ ରେଳପଥରେ ଜନୈକ ଯୁବକ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ମୃତକର ଘର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ନୂଆଗାଁ ଗୁମରାସାହିର ଗଣେଶ ମହାନ୍ତ (୩୫) ।ମୃତ୍ୟୁରେ ପରିବାର ଲୋକେ ଶୋକରେ ଭାଙ୍ଗି ପଡିଛନ୍ତି । ଏହାକୁ ନେଇ ଜିଆରପି ଥାନା କେଶ ନଂ ୬୩/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।ରେଳବାଇ ପୋଲିସ ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

Sunil Chandra Nayak

ସହିଦ୍ ଶ୍ରାଦ୍ଧୋତ୍ସବ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!