ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ର ଦଶମ ମହାସଭା

ନୂଆପଡ଼ା -: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କୁଲିହାରୀ ଗ୍ରାମରେ ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳର ଦଶମ ମହାସଭା ପ୍ରଥମ ଦିନରେ ଅଭ୍ୟର୍ଥନା କମିଟିର ସଭାପତି ପରମାନନ୍ଦ ପୁଝାରି ଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଯୋଗଦାନ କରି ଶ୍ରୀରାମ ଚନ୍ଦ୍ର ଙ୍କ ଫୋଟୋ କୃତି ରେ ମାଲ୍ୟାର୍ପଣ ଓ ପୂଜା ଅର୍ଚ୍ଚନା ସହିତ ସମାଜ ପତାକା ଉତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ସମାଜ ର ଉନ୍ନତି ପାଇଁ କ୍ଷତ୍ରିୟ କର୍ମକର୍ତ୍ତା ଚେଷ୍ଟା ଜାରି ରଖି ଥିବାରୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରି ଖଣ୍ଡା ବଦଳରେ କଲମ ଧରା ଯାଉ ତାହାହେଲେ ଯାଇ ସମାଜ ଆଗକୁ ଯାଇ ପାରିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଛିନ୍ନା ,ସମ୍ମାନିତ ବକ୍ତା ଭାବରେ ଘନଶ୍ୟାମ ଗୁରୁ ଯୋଗଦାନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂ ଦେଓ , କୁଳାଧକ୍ଷ କଳାହାଣ୍ଡି ଚନ୍ଦ୍ରଧ୍ଵଜ ପେସନିଆ, ପୂର୍ବତନ କୁଳାଧକ୍ଷ କଳାହାଣ୍ଡି ଗୁଣନିଧି ମାଝୀ, ପଶ୍ଚିମ ମଣ୍ଡଳ କୁଳପତି ଅର୍ଜୁନ ସିଂ ଠାକୁର, ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେ଼ଇ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ପୂର୍ବତନ କୁଳପତି ଜ୍ୟୋତି ପ୍ରକାଶ ବଣୁଆ, ପୂର୍ବତନ କୁଳପତି ଲାଲୁ ପ୍ରସାଦ ଦଣ୍ଡସେନା, ପୂର୍ବତନ କୁଳପତି ଚାରୁଚନ୍ଦ୍ର ବାଣୁଆ, ପୂର୍ବତନ କୁଳପତି ଅଶ୍ୱନୀ କୁମାର ବାଣୁଆ ,ପୂର୍ବତନ କୁଳପତି ଘାସିରାମ ରାଉତ ଯୋଗଦାନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଲଷ୍ମୀ ନାରାୟଣ ବଣୁଆ ଓ ଦ୍ବିତୀୟ ପର୍ଯ୍ୟାୟ ରେ ହେମନ୍ତ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ । ସମ୍ପାଦକ ନରୋତ୍ତମ ପୁଝାରି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ମଞ୍ଚ ଆସିନ ଅତିଥି ମାନଙ୍କୁ ସଦାନନ୍ଦ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ମୁଖ୍ୟ ସମ୍ପାଦକ ଦିଲ୍ଲୀପ ନାଏକ, ସଙ୍ଗଠକ ପରମେଶ୍ବର ବାରିକ, କୋଷାଧ୍ୟକ୍ଷ ଶ୍ରୀବଶ୍ଚ ବାରିକ, ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂହ ବାରିକ, କେତନ ସିଂ ବାରିକ, ବିଦ୍ୟାଧର ବିଶି, ପ୍ରମୋଦ କୁମାର ଦଣ୍ଡସେନା , କେନ୍ଦ୍ର ସଦସ୍ୟ ଜନାର୍ଦ୍ଦନ ପାତ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚ ରେ ମଞ୍ଚ ଆସିନ ଥିଲେ । କାର୍ଯ୍ୟକ୍ରମ ରେ 5 ହଜାର କ୍ଷତ୍ରିୟ ସମାଜ ର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଶୋକ କୁମାର ନାୟକ ଙ୍କ କବିତା ମଣିଷ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଭୋଟ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!