ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ ! ଏହି ଯୋଜନା ସାଧାରଣତଃ ଗରିବ ଲୋକଙ୍କ ନିମନ୍ତେ ଆସିଥାଏ ! ଏହି ଯୋଜନା ରେ ନିଜସ୍ୱ ଜମି ପଟ୍ଟା ର ଆବଶ୍ୟକ ପଡିଥାଏ ! କିନ୍ତୁ ଏଠାରେ ତାର ଓଲଟା ! ଗୋଟିଏ ସରକାରୀ ଜମି ରେ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ଦେଇ ପୁଣି ସେଇ ଘର କୁ ଭାଙ୍ଗି ଦେଇ ହିତାଧିକାରୀଙ୍କ ପରିବାର କୁ ବେସାହାରା କରିଦେଇଛି ପ୍ରଶାସନ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଉମରକୋଟ ଥାନା ଅଧୀନ ରେ ଥିବା ଧୋଡ୍ରା ଗ୍ରାମରେ, ଏଠାରେ ରତନ ଚନ୍ଦ୍ର ବିଶ୍ୱାସ ନାମକ ବ୍ୟକ୍ତି ଙ୍କୁ ୨୦୧୮-୧୯ ମସିହା ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯାଇଥିଲା, ଏବଂ ସେ ଏହି ଘର କୁ ୨୦୨୦-୨୧ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ,ରତନ ବିଶ୍ୱାସ, ଉକ୍ତ ଘର କୁ ବଡ଼ ଘର ରେ ପରିଣତ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଥିଲେ ! କିନ୍ତୁ ଗତକାଲି ଅଚାନକ ଝରୀଗାଁ ତହସିଲଦାର ଚିନ୍ମୟ ସାଗର ଏକ ଜେସିବି ଆଣି ଉମରକୋଟ ର କିଛି ପୋଲିସ ଙ୍କ ଉପସ୍ଥିତି ରେ ଘରେ ମହିଳାମାନଙ୍କୁ ଜୋର ଜବରଦସ୍ତ ଟାଣି ଆଣି ଘରୁ ବାହାର କରି ନିର୍ମିତ ଘର କୁ ଭାଙ୍ଗି ଦେଇଥିଲେ ବୋଲି ରତନ ବିଶ୍ୱାସ ର ପରିବାର ଲୋକେ କହିଛନ୍ତି ! ଏ ବିଷୟରେ ଝରୀଗାଁ ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର ଙ୍କ ପ୍ରତିକ୍ରିୟା ମାଗିବାରୁ ସେ କ୍ୟାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।ଜିଲ୍ଲା ପ୍ରଶାସନ ସୁଦ୍ରୁଷ୍ଟି ପକାଇ ଗରିବ ହିତାଧିକାରୀ ଙ୍କ କ୍ଷୟ କ୍ଷତି ଆକଳନ କରାଇ କ୍ଷତି ପୁରଣ୍ ଯୋଗାଇ ଦେବା ସହ ଦୋଷୀ ବିରୁଧରେ ଦ୍ରୁଢ କର୍ଜ୍ୟାନୁଷ୍ଟାନ ନେବାକୁ ଜନ ସାଧାରଣରେ ଦାବୀ ହେଉଛି।ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ମିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ରାଜେନ୍ଦ୍ର ଦୂରିଆ ଙ୍କୁ ମାଟି ଲଗ୍ନା ସାହିତ୍ୟ ସଂସଦ ଯୁବ ପ୍ରତିଭା-୨୦୨୨ ସମ୍ମାନ

Sunil Chandra Nayak

ଫୁଲବାଣୀ ନାରାୟଣୀ ସ୍ମାର୍ଟ ପାର୍କ – ବର୍ଷା ରେ ଭାଙ୍ଗି ଭୁଶୁଡି ପଡ଼ିଲା

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:—୩

Sunil Chandra Nayak

Leave a Comment

error: Content is protected !!