ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ସଂପ୍ରଦାୟ ପକ୍ଷରୁ ଛଠ୍ ପର୍ବ ମହାସମାରୋହରେ ପାଳିତ

ମୟୂରଭଞ୍ଜ – ୩୧/୧୦/୨୨ (ମସିହା) ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରେ ଛଠ୍ ପର୍ବ ଏକ ଅନନ୍ୟ ପର୍ବ । ଉତ୍ତର ଭାରତୀୟ ସଂପ୍ରଦାୟ ତରଫରୁ ଛଠ୍ ପର୍ବ ଅଥବା ସୂର୍ଯ୍ୟ ଉପାସନା ଧୁମ୍ ଧାମରେ ପାଳିତ ହୁଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇ ଆସ୍ଥା ଓ ବିଶ୍ବାସର ପୂଜା ଛଠ୍ ପର୍ବରେ ସାମିଲ ହେଲେଣି । ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ସହର , ଗୋରୁମହିଷାଣୀ,ଵହଳଦା,ଯଶିପୁର ଆଖପାଖ ଉତ୍ତର ଭାରତୀୟ ବସବାସ କରୁଥିବା ଅଞ୍ଚଳରେ ଛଠ୍ ପର୍ବ ମହା ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । ରାଇରଙ୍ଗପୁର ସହରର ପୂଣ୍ଯତୋୟା ଖଡଖାଈ ନଦୀ କୂଳରେ ଛଠ୍ କମିଟି ତରଫରୁ ୧୯୯୪ ମସିହା ତଥା ୨୯ ବର୍ଷ ହେଲା ପାଳନ କରାଯାଉଛି ।ଛଠ୍ ବ୍ରତୀମାନେ ନିଷ୍ଠାର ସହ ଏହି ପୂଜା ନୀତି ନିଷ୍ଠାର ସହ ପାଳନ କରିଥାନ୍ତି ।କାଳୀ ପୂଜାର ୬ ଦିନପରେ ଏହି ଉପାସନା ଆରମ୍ଭ ହୋଇଥାଏ ।ଏହାର ପୂଜାବିଧି ଅନୁସାରେ ଉପାସନାର (ପୂଜାର ପ୍ରଥମ ଦିନ) କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଦିନରେ ନାହାଏ ଖାଏ,କଦୁ ଭାତ(ଲାଉ ଭାତ), ଦିତୀୟ ଦିନରେ ତଥା ପଞ୍ଚମୀରେ ଖରନା(ଖିରି),ଷଷ୍ଠୀ ଦିନ ନିର୍ଜଳା ଉପବାସ ସହ ଖଡଖାଇ ନଦୀ ତଟ ଏବଂ ଆଖପାଖ ଜଳାଶୟରେ ସାୟହ୍ନରେ ବ୍ରତୀଧାରୀମାନେ ସ୍ନାନ କରି ଅସ୍ତଗାମୀ ସୂର୍ଯ୍ୟଙ୍କୁଦୀପ,ଧୂପ, ଭୋଗରାଗ, ନୈବେଦ୍ୟ ଅର୍ପଣ କରି ଅର୍ଘ୍ୟ ଅର୍ପଣ କରିଥିଲେ ।ଆଜି ସପ୍ତମୀ ଦିନ ଭୋରୁ ବ୍ରତୀ ଓ ସପରିବାର ଲୋକେ ମୁଣ୍ଡରେ ଡଲାରେଫଳ,ପୁଷ୍ପ,ଧୂପ,ଦୀପ,ଆଖୁ,ଠେକୁଆ ଭୋଗ, ଧରି ଖଡଖାଈ ନଦୀଘାଟ କୁ ଯାଇ ସେଠାରେ ନଦୀରେ ସ୍ନାନ କରିବା ସହ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କରିଥିଲେ । ସେଠାରୁ ଫେରି ଛଠ୍ ଘାଟରେ ଥିବା ମୃଣ୍ମୟ ଆକର୍ଷଣୀୟ ମୂର୍ତ୍ତି ସୂର୍ଯ୍ୟ ଦେବତା ଏବଂ ତାଙ୍କ ଭଉଣୀ( ଛଠ ମୈୟା) ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ଘରକୁ ଫେରିଥିଲେ ।ଆସ୍ଥା ଓ ବିଶ୍ବାସ ଅଛି ଯେ ସୂର୍ଯ୍ୟ ଦେବତା ସକଳ ଆଧାରର ଶକ୍ତି । ସୂର୍ଯ୍ୟଙ୍କ ବିନା ଜୀବଜନ୍ତୁ, ବୃକ୍ଷଲତା ,ମଣିଷ ତଥା ସୃଷ୍ଟି ଅସମ୍ଭବ ।ଏହି ପୂଜା ପାଳନ କଲେ ସମସ୍ତଙ୍କର ମାନସିକ ପୂର୍ଣ୍ଣ ହେବା ସହ ଘର,ପରିବାର,ସମାଜର ସୁଖ, ଶାନ୍ତି,, ସମୃଦ୍ଧି ବୃଦ୍ଧି ହୋଇଥାଏ ।ଦ୍ବାପର ଯୁଗରେ ଦ୍ରୌପଦୀ ମଧ୍ୟ ସୂର୍ଯ୍ୟ ଉପାସନା କରିଥିଲେ । ଛଠ୍ ପୂଜା କମିଟି ତରଫରୁ ସଂପାଦକ ରାଜେଶ ପ୍ରଜାପତି, ପଣ୍ଡିତ ଅବଧେଶ ମିଶ୍ର,ଲାଲବାଵୁ ସାହୁ,କିଶୋର ରଜକ,ସନ୍ତୋଷ ସିଂ,ରାଜେଶ ରାମ,,ରଂଜନ ରାମ,ବିନୋଦ ଦାସ ,ମଦନଲାଲ ରଜକ‌ ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।ସହରବାସୀ ଛଠ୍ ପର୍ବକୁ ଆନନ୍ଦ ଉଲ୍ଲାସର ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିଥିବାରୁ ସଂପାଦକ ରାଜେଶ ପ୍ରଜାପତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

କବିତା – ଦାନ

Sunil Chandra Nayak

ଧର୍ମଗଡ଼ – ବିପଦ କୁ ଆମନ୍ତ୍ରଣ କରୁଛି ରାସ୍ତା କଡ ମୁକୁଳା ଡ୍ରେନ

Leave a Comment

error: Content is protected !!