ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା  ବୋଲବମ୍

ବୋଲବମ୍ 

         

 କବିତା ସାହୁ    

ସକଳ ମନକାମନା ପୁରଣ ପାଇଁ 
ଶିବଙ୍କ ପାଦରେ ଶରଣ ଯାଇ 
ଶ୍ରାବଣ ସୋମବାର ପାଣି ନେଇ 
ବୋଲବମ ବୋଲବମ କହି କହି 
ଶିବ ମନ୍ଦିର ଯିବାରେ ଭାଇ। 
୨- ଶିବ ପଞ୍ଚାକ୍ଷର ମନ୍ତ୍ର ତୁଣ୍ଡରେ ଧରି 
କାଉଡିଆ ଯାଉଛନ୍ତି ଜଳକୁ ଧରି
ବୋଲବମ ବୋଲବମ ତୁଣ୍ଡେ ଉଚ୍ଚାରି
ମୁଖରିତ ରାସ୍ତାଘାଟ ମନ୍ଦିର ପୁରି। 
୩- ପବିତ୍ର ମାସ ଶ୍ରାବଣ ସୋମବାର 
ଶିବଶଙ୍କର ହୁଅନ୍ତି ଜଳଲାଗି ଭକ୍ତର
ମାସ ସାରା ରହି ନିଷ୍ଠାରେ
କାନ୍ଧରେ କାଉଡି ଭାରେ ଜଳଧରେ 
ବୋଲବମ ବୋଲବମ ଉଚ୍ଚାରି ତୁଣ୍ଡରେ 
ଶିବାଳୟ ଯାଉଥାନ୍ତି ଭକତ ଖୁସିରେ। 
୪-ଗେରୁଆ ବସ୍ତ୍ରରେ ଲେଖା ଶିବ ପଞ୍ଚାକ୍ଷର 
ବାହୁଙ୍ଗିରେ ଶିବଲିଙ୍ଗ ତ୍ରିଶୂଳ ଡମ୍ବର
ବେଲପତ୍ର ଗୟସ ଦୁଦୁରା କନିଅର 
ମନରେ ଡାକୁଥାଏ ହେ ଭୋଳାଶଙ୍କର 
ବୋଲବମ ବୋଲବମ ବାବା ପାରିକର। 
୫-କପିଳାସ ଲିଙ୍ଗରାଜ ହେ ଧବଳେଶ୍ଵର 
ଲଡୁବାବା ଗତେଶ୍ଵର ହେ ଚନ୍ଦ୍ରଶେଖର 
କୃପାକର ଦୟାକର ହେ ମହେଶ୍ୱର 
ବୋଲବମ ବୋଲବମ ଭକ୍ତଙ୍କର ରୋଳ
ପାଣି ଧରି ଆସୁଛନ୍ତି ମନ୍ଦିର ତୁମର।

ଜୟପୁର

Related posts

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

ରାଇରଙ୍ଗପୁର ଗଢ ଗ୍ରାମରେ ଅପରାହ୍ନରେ କଳାକନା ବୁଲାଇଲେ ଦୁବୃର୍ତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଧରି ଚମ୍ପଟ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତ।ର ଦଶମ ଅଧ୍ଯାୟର ସାରକଥା–୧୦

Sunil Chandra Nayak

Leave a Comment

error: Content is protected !!