ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ମୈତ୍ରୀ ମନ୍ତ୍ର 

ମୈତ୍ରୀ ମନ୍ତ୍ର 

 

ଉପେନ୍ଦ୍ର ବସ୍ତିଆ 

 

ବନ୍ଧୁ ହେ ତୁମେ ଭାରତ ଭୁଇଁରେ 

ମୈତ୍ରୀ ଖୋଜୁଛୁ କାହିଁ 

ଭୋଅଟ ପାଇଁକି ନୋଅଟ ଭିତରେ 

ଦେଶ ନାଗରୀକ ଯହିଁ 

ଏ କି, ନଗ୍ନ ଛବିର ବେଶ 

ବାହାରକୁ ଖାଲି ସୁଠାମ ସୁନ୍ଦର 

ସାର୍ଵଭୌମ ଗଣ ତନ୍ତ୍ରର ଦେଶ ll

 

 ତୁମଆମ ପାଇଁ ଗଣ ତନ୍ତ୍ରରଦେଶ 

ମୁଖା ପିନ୍ଧିଅଛି ଯିଏ 

ମଣିଷ ଭିତରେ ମାଲିକ ମୁଲିଆ 

ଭିଆଉଛି ଆଜି ସିଏ 

 ଏ କି, ହୀନ ମନ୍ୟତାନୀତି 

ଯା ଲାଗି ଏ ଦେଶ ମୈତ୍ରୀ ତୁଟୁଛି 

ଘୋଟୁଛି ଏ କଳା ରାତି ll

 

କଳା ଟଙ୍କାର ଝଙ୍କାର ଶୁଭେ 

ଆଜିର ମଣିଷ କାନେ 

ସେହି ଟଙ୍କାରେତ ଶାନ୍ତି ତୁଟୁଛି 

ଦିନ ଦଳିତର ମନେ 

 ମୈତ୍ରୀ ଆସିବ କାଁହୁ 

ତୁଟାଅ ଏ ଦେଶୁଁ ପୁଞ୍ଜି ଶୋଷଣ 

ସାହୁକାର ରାତି ପାହୁ ll

 

କୃଷକ ଛାତିରେ ଛାତ୍ର ଛାତିକୁ 

ମିଶାଅରେ ଆଜି ଏଠି 

ମାଲିକ ଶ୍ରମିକ ଏକାକାର ହେଉ 

ଭେଦ ଭାବ ଯାଉ ତୁଟି 

ଆସୁରେ ସମତା ଆସୁ 

ଗୋଟିଏ ଘାଟରେ ଶାଶକ କୃଷକ 

ଏକାକାର ହୋଇ ମିଶୁ ll

 

ମଣିଷ ଭିତରେ ଗୋଷ୍ଠୀ ବିବାଦ 

ଭିଆଇ ରଖିଛି ଯିଏ 

ଗୋଟିଏ ମନରୁ କୋଟିଏ ଫାଇଦା 

ଉଠାଇ ଚାଲିଛି ସିଏ 

ସେଇ ସଂତ୍ରାସ ତୁଟୁ 

ହାଟରେ ଘାଟରେ ପୂର୍ଣ୍ଣ କୁଟୀରରେ 

ପ୍ରୀତି ପଦ୍ମ ଫୁଲ ଫୁଟୁ ll

 

ତୋ ମନମାନସେ ଚେତାଇ ଚେତାଇ 

ଅନୁରୋଧ କରେ କବି 

ଗଣ ଜାଗରଣ ଦେଖିବା ଲାଗିରେ 

ନୂତନ ସୂର୍ଯ୍ୟ ଛବି 

ଧର୍ମ ବିବାଦ ତୁଟୁ 

ଖଟିଖିଆ ହାତେ ଆଗାମୀ କାଲିର 

ଅଧିକାର ଫୁଲ ଫୁଟୁ ll

 

ସା -E/204/ସେକ୍ଟର -9
ରାଉରକେଲା 
ଜିଲ୍ଲା -ସୁନ୍ଦର ଗଡ଼ ll

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋତୋମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦୟନୀୟ ଅବସ୍ଥାରେ ଦୁଇ ବିକଳାଙ୍ଗ ଭାଇ

Sunil Chandra Nayak

ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ , ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ

Sunil Chandra Nayak

Leave a Comment

error: Content is protected !!