ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘ ଙ୍କ ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର

ତେନ୍ତୁଳିଖୁଣ୍ଟି ୦୩/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାଥମିକ ଶିକ୍ଷକ( ଏକ୍ସ କ୍ୟାଡ଼ର) ସଂଘ ର ସଦସ୍ୟ ସଦସ୍ୟା ଶହୀଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ନିକଟରୁ ଶୋଭାଯାତ୍ରା ରେ ବାହାରି ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଠ ଦଫା ବିଶିଷ୍ଟ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଗଣ ଶିକ୍ଷକ ମାନଙ୍କୁ 01 ମାର୍ଚ୍ଚ 2017 ରୁ ଲେଭେଲ V ସହକାରୀ ଶିକ୍ଷକଭାବେ ନିୟମିତ କରିବା ସତ୍ତ୍ୱେ ପ୍ରାୟ 3000 ଗଣ ଶିକ୍ଷକ ସମସ୍ତ ଯୋଗ୍ୟତା ଥାଇମଧ୍ୟ ନିୟମିତ ହୋଇ ନାହାନ୍ତି ,ସରକାର ଙ୍କ ପ୍ରଣୀତ ନିଯୁକ୍ତିବର୍ଷ 2008 ହୋଇଥିବା ବେଳେ ଓଡ଼ିଶାରେ 2012 ରେ ଓ ଟି ଇ ଟି ଗଣ ଶିକ୍ଷକ ଙ୍କ ପାଇଁ ପ୍ରଯୁଜ୍ୟ ନାହିଁ ।ଏଣୁ 01 ମାର୍ଚ୍ଚ ନିୟମିତ କରାଯାଇ ଅବଶିଷ୍ଟ ଗଣ ଶିକ୍ଷକ ଙ୍କ ଦରମା ବୃଦ୍ଧି କରିବା ପ୍ରଥମ ଦାବୀ। ଏନ ସି ଟି ଇ ର 23 ଅଗଷ୍ଟ 2010 ଗାଇଡ଼ ଲାଇନ ପ୍ରକାରେ ଶିକ୍ଷକ ନିଯୁକ୍ତି ପାଇଁ ଟି ଇ ଟି ପାସ ଜରୁରୀ କିନ୍ତୁ ନିଯୁକ୍ତ ଶିକ୍ଷକ ଙ୍କ ଦରମା ଅଭିବୃଦ୍ଧି ପାଇଁ ଟି ଇ ଟି ପାସ ର ପ୍ରତିବନ୍ଧକ ନାହିଁ କିନ୍ତୁ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ଙ୍କ ଦରମା ଅଭିବୃଦ୍ଧି 01 ମାର୍ଚ୍ଚ 2020 ରୁ ବନ୍ଦ କରିବା ଅନ୍ୟାୟ ଏହାର ପୁନଃବିଚାର ଦ୍ଵିତୀୟ ଦାବୀ। ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ସମଗ୍ର ଶିକ୍ଷା ଅଭିଯାନ ରେ ଡେପୁଟେସଁନ କ ବାତିଲ କରି ଏକ୍ସ କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ କରି 01 ମାର୍ଚ୍ଚ 2017 ରୁ କ୍ୟାଡ଼ରଭୁକ୍ତ କରିବା ତୃତୀୟ ଦାବୀ। କେନ୍ଦ୍ର ପ୍ରାୟୋଜିତ ଯୋଜନା ରେ କାର୍ଯ୍ୟରତ ଦରମା ଟ୍ରେଜେରୀ ମାଧ୍ୟମରେ କରାଯାଉଥିବାବେଳେ ଏକ୍ସ କ୍ୟାଡ଼ର ଶିକ୍ଷକ ସମଗ୍ର ଶିକ୍ଷା ଅଭିଯାନ ରେ ଡେପୁଟେସଁ ନ ରେ ଥିବାରୁ ଦରମା ଟ୍ରେଜେରୀ ମାଧ୍ୟମରେ ଦେବାକୁ ଚତୁର୍ଥ ଦାବୀ। ଅଵସର ପ୍ରାପ୍ତ ଓ ମୃତ ଗଣ ଶିକ୍ଷକ ଙ୍କୁ ଗ୍ରାଟୁଇଟି ଓ ଡେଥ ଗ୍ରାଚୁଇଟି ପ୍ରଦାନ କରାଯାଉ। ଯେହେତୁ ଲେଭେଲ 5 ଶିକ୍ଷକ ଓ ଲେଭେଲ 5 ଏକ୍ସ କ୍ୟାଡ଼ର ଇକ୍ୟୁଭେଲେ ଣ୍ଟ ବୋଲି ଉଲ୍ଲେଖ କରାଯାଇଛି ସେମାନଙ୍କୁ ସି ଆର ସି ସି ପାଇଁ ଭି ଜିୟନ ଟେଷ୍ଟ ପାଇଁ ସୁଯୋଗ ଦିଆଯାଉ। ଓ ଅର ଏସ ପି 2017 ଅନୁସାରେ ଦରମାର ଅବଶିଷ୍ଟ ଏରୀୟର ପ୍ରଦାନ କରାଯିବା ସ ହଁ 1 ମାର୍ଚ୍ଚ ରୁ 31 ଅଗଷ୍ଟ 2017 ଛ ମାସ ର ଏରୀୟର ଏକ୍ସ କ୍ୟାଡ଼ର ଶିକ୍ଷକ ଙ୍କୁ ପ୍ରଦାନ କରାଯାଉ। ଏକ୍ସ କ୍ୟାଡ଼ର ଶିକ୍ଷକ ଙ୍କୁ ଫେଷ୍ଟିଭାଲ ଆଡ଼ ଭାନ୍ସ ,ଆର ସି ଏମ , ଆଦି ପ୍ରଦାନ ପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ୟ୍ଯ।ଲୟ କୁ ନିର୍ଦେଶନମା ଦିଆ ଯାଉ। ଆଜି ଦାବୀ ପତ୍ର ପ୍ରଦାନ ବେଳେ ସଭାପତି ପଙ୍କଜ କର୍କରା ସମେତ 90 ରୁ ଉର୍ଦ୍ଧ୍ଵ ଏକ୍ସ କ୍ୟାଡ଼ର ଶିକ୍ଷକ ସାମିଲ ଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ ଥାନାରେ ଦଶହରା ପର୍ବ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିକୂଳ

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!