ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ତେନ୍ତୁଳିିଖୁଣ୍ଟି ବ୍ଳକ ଗସ୍ତ

ତେନ୍ତୁଳିିଖୁଣ୍ଟି ୦୩/୧୨/୨୨ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ଜିଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ଆଜି ତେନ୍ତୁଳିଖୁଣ୍ଟି ବ୍ଳକ ଗସ୍ତ ରେ ଆସିବ ତେନ୍ତୁଳିିଖୁଣ୍ଟି, ଦିଗି,ପୂଜାରୀଗୁଡା, ଅଞ୍ଚଳଗୁମ୍ମା ପାତ୍ରପୁଟ, କାମତା, କଂଗରା, କୁକୁଡ଼ାବାଇ ପଂଚାୟତ ଗସ୍ତ କରିଛନ୍ତି। ଗସ୍ତ କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ସରପଞ୍ଚ ସମିତି ସଭ୍ୟ ,ଜିଆରଏସ ,ପିଇଓ ଉପସ୍ଥିତ ରହିଥିଲେ।ବ୍ଳକରେ ମନରେଗା ଯୋଜନାରେ ହେଉଥିବା ଉନ୍ନତି ମୂଳକ କାମ ଗୁଡ଼ିକ ମାଲିମୁଣ୍ଡା ର ପୋଖରୀ ପୁନରୁଦ୍ଧାର ପଙ୍କ ଉଦ୍ଧାର, ପୂଜାରୀଗୁଡା ହାଟ ପଦା ଉନ୍ନତିକରଣ କାମ,ମିନି ଖେଳ ପଡ଼ିଆ ,ବାଉଣ୍ଡରୀ କାମ,କୁର୍ମାକୋଟ ରେ ହେଉଥିବା ନୂତନ ପୋଖରୀ ଖନନ ଗୁଡିକ ଦେଖିବା ସହିତ ନଡିଆ ଭାଙ୍ଗି କାମ ଆରମ୍ଭ ନିମନ୍ତେ ଶୁଭ ଦେଇଥିଲେ । ବ୍ଲକର ସମସ୍ତ କାମ ଶ୍ରମିକ କୁ କାମ ଯୋଗେଇ ଦେବା ସହ ଶୀଘ୍ର ସାରିବା ବିଡିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।।କୌଣସି କାମ କୁ ନେଇ ଯିଏ ବି ପ୍ରତିବନ୍ଧକ କରନ୍ତି ଦୃଢ଼ କାର୍ଯାନୁଷ୍ଠାନ କରାଯିବ ବୋଲି କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ତେନ୍ତୁଲିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ,ସହ ବ୍ଳକର ସମସ୍ତ କନିଷ୍ଠ ଯନ୍ତ୍ରୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଜିପିଓ, ଜିଆର ଏସ ,ସିପି ଉପସ୍ଥିତ ରହିଥିଲେ। ପୂଜାରୀଗୁଡା ସରପଞ୍ଚ ଅନାଦି ପୂଜାରୀ, ଦିଗି ସରପଞ୍ଚ କିଶୋର ନାୟକ, କିଶୋର ସିଂହ, ଧରଣୀ ସିଂହ, ଟୁନା ଷଡ଼ଙ୍ଗୀ, ଭୀମ ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ କୁମର ପୂଜାରୀ, ଉପସ୍ଥିତ ରହି ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳ ମହୋତ୍ସଵ ପାଇଁ  ଶୁଭ ସ୍ତମ୍ଭ ସ୍ଥାପନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନୂଆଖାଇ

Sunil Chandra Nayak

Leave a Comment

error: Content is protected !!