ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

ସ୍ବଭାବ କବି ଗଂଗାଧର୍‌ ମେହେର୍‌

ବଛର୍‌କେଁ ପଢ଼ ଥରେ ଗଂଗାଧର୍ ଗ୍ରଂଥାବଳି
ସଭାସମିତିନୁ ବଡ଼୍‌ ହେବା ସେ ଶ୍ରଦ୍ଧାଂଜଳି।୧
କାଣା ଲେଖ୍‌ଲେ କେନ୍‌ତା କରି କେତେ ଅଡ଼୍‌ଚନେ 
ସମଲ୍‌ପୁରିଆ ହେଇ ଜିତ୍‌ଲେ ଓଡ଼ିଆ ବୁଲିନେ।୨
ନିଜର୍ ରାଏଜର୍ ଭାଷାକେ ଜିଇଁ ରହୁ ବଲି 
ଭରିଦେଲେ ଓଡ଼ିଆ ଥାଲି ଯାହା ଥିଲା ଖାଲି।୩
ଧଏନ୍ ତାଁକର୍‌ ସାଥୀ ମାନେ ବରଜ୍‌ ମୋହନ୍‌
ବୋଡ଼ାସଂବର୍‌ ଜମିଦାର୍‌, ରାଘବ୍‌ ବାମ୍‌ହନ୍‌।୪
କବିବର୍‌ ରାଧାନାଥ୍‌ ସତେ ପାର୍‌ଲେ ଚିନ୍‌ହିଁ
ଉଦିଛେ ଉଦିଆଁ ତରା ବଲି ଗଲେ ଜାନି।୫
ଜୁନ୍‌ହାଁ ସୁରୁଁ ମୁକ୍‌ଲି କରି ନୂଆଁ ଛଂଦ୍‌କେ ଧରି
ଗୁଟେ ଉତ୍‌ରୁ ଗୁଟେ ଲେଖି ଛେଟ୍‌ନି ଦେଲେ ଭରି।୬
କଁଟିହେବା କାଏଁ କେନ୍ ବେଟା କେତେ ଚେଷ୍ଟା କରି
ମେହେର୍‌ କବିର୍‌ ସାଂଗେଁ ନି’ହୁଅନ୍ କିହେ ସରି।୭
ସେ କବିକେ ହୁରୁଦ୍ ଭିତରୁଁ କର ସଭେ ଜୁହାର୍‌
ଖେଁଚିଖେଁଚି ଭର୍‌ଲେ ଓଡ଼ିଆ କାବ୍ଯର୍‌ ଭଁଡ଼ାର୍‌।୮

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ଫରଙ୍ଗରେ ନୃତନ ଗୋରୁବଜାର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!