ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

 କର୍ଲାମୁଣ୍ଡା:  ଏହି ବ୍ଲକ ଅନ୍ତର୍ଗତ ଯୋରାଡ଼ବରା ଛକ ମୋବଜାର ପ୍ରାଙ୍ଗଣ ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୂଳସଚିବ ଡ଼ଃ ନୃପରାଜ ସାହୁ, ମୋବଜାର ର ମାଲିକ ତଥା ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଶେଷଦେବ ସାହୁ ଓ ସମାଜସେବୀ ଧନେଶ୍ୱର ସାହୁଙ୍କ କରକାମଳରେ ଶୁଭାରମ୍ଭ ହୋଇଥିବା ବେଳେ ଏମବିବିଏସ ଡାକ୍ତର ଲୋକନାଥ ସାହୁ, ଦାନ୍ତ ଡାକ୍ତର ଦେବବ୍ରତ ସାହୁ, ଆୟୁର୍ବେଦିକ ଡାକ୍ତର ସରିତା ମଞ୍ଜରୀ ସାହୁ ହେମୋପେଥିକ ଡାକ୍ତର ସତ୍ୟବ୍ରତ ରାଏ, ଡାକ୍ତର ମାନସ ରଞ୍ଜନ ସାହୁ, ଡି ଏମ ଏଲଟି ଝସକେତନ ସାହୁ, ଅଭିଳାଷ ସାହୁ ଫାର୍ମାସିଷ୍ଟ, ଏଲ ଟି କୁଳମଣୀ ସାହୁ, କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସମାଜସେବୀ ଶୁଭ୍ରାଂଶୁ ଶେଖର ସାହୁ, ଶ୍ରୀ ଅରବିନ୍ଦ ଯୁବ ସାଂସ୍କୃତିକ ସଂଘଠନ ସଭାପତି ମିହିର ପ୍ରତାପ ସାହୁ, ଉପସଭାପତି ଜ୍ୟୋତିର୍ମୟ ସାହୁ, ସମ୍ପାଦକ ରାକେଶ ସାହୁ, କୋଷାଧ୍ୟକ୍ଷ ଦୀପକ କୁମାର ସାହୁ ଥିବା ବେଳେ କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଯୁବ ଅନୁଷ୍ଠାନ ର ଯୁବକ ଭାଇ ମାନଙ୍କ ସହଯୋଗରେ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ଏକ ମାତ୍ର ଲକ୍ଷ୍ୟ କି ଏହି ଆମ ଅଞ୍ଚଳର ଜନସାଧାରଣ ମାନେ କିପରି ଭାବରେ ସ୍ୱାସ୍ଥ୍ୟବାନ ହୋଇପାରିବେ ତାହାକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମଟି କରାଯାଇଥିଲା l ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ମାନ ଜାରିରହିବ ବୋଲି ଉପସ୍ଥିତ ଥିବା ସମସ୍ତ ଡାକ୍ତର ମାନେ ମତାମତ ଦେଇଥିଲେ l ଶେଷରେ ଯୋରଡବରା ଗ୍ରା.ପ ବାସୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଖଣ୍ଡିଆଗୁଡା ରେ ଅନ୍ଧବିଶ୍ୱାସ ଆଗରେ ସଚେତନତା କାର୍ଯ୍ୟକ୍ରମ ତୁଛ ହୋଇଗଲା : ଗୁରୁମାଇ ଆଣି ପୂଜା ଓ ବଳି ଦେଲେ

Sunil Chandra Nayak

ସୀମାନ୍ତରେ ଚେଙ୍କ ଯୋଗୁଁ ପୁଣି ୯ ମାସର ଶିଶୁ ପୁତ୍ରର ମୃତ୍ୟୁ 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରଥମ ଥର ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Sunil Chandra Nayak

Leave a Comment

error: Content is protected !!