ଚ଼ଲ ଆମେ ସବୁ ସତରେ
।। ମଣିଷ ହେବା ।।
କୈଳାସ ଚ଼ନ୍ଦ୍ର ପାଢ଼ୀ
ଚ଼ାଲଆମେସବୁସତରେମଣିଷହେବା,
ଛଳନାର-ସାଞ୍ଜୁ ଦେହରୁଓହ୍ଲାଇଦେବା
ଆମେ ସତରେ ମଣିଷ ହେବା
ବିଶ୍ବକୁ ଆମେ ନୁତନସନ୍ଦେଶ ଦେବା।
ଚ଼ାଲ ଆମେସବୁସତରେମଣିଷହେବା
ପୂଣ୍ୟପ୍ରଭାରେ ଆମେ ସବୁ ଝଟକିବା
ଆମେ ସତରେ ମଣିଷ ହେବା
ବସୁଧା ମା’ର ମୁଖେ ହସ ଫୁଟାଇବା
ଚାଲଆମେସବୁ ସତରେମଣିଷହେବା
କାୟମନବାକ୍ୟଏକଲୟେରଖିଦେବା
କଥାଆଉକାମେସମାନତା ଭରିଦେବା
ସତ୍ୟଧର୍ମର ମହାନ୍ ପୂଜକ
ଅକ୍ଳେଶେ ସାଜିଯିବା।।
ଚ଼ାଲଆମେସବୁସତରେମଣିଷହେବା
ପ୍ରକୃତିକୋଳେ ଉଲ୍ଲାସଖେଳାଇବା
ପ୍ରତିଟିପ୍ରାଣରେ ମାନବିକତାର
ମନ୍ତ୍ର ଖେଳାଇ ଦେବା
ମାଟି ମା’କୋଳେ ସ୍ବର୍ଗର ଶିରୀ
ସଂପଦ ଭରିଦେବା।।
ଚ଼ାଲଆମେସବୁସତରେମଣିଷହେବା
ଲୋଭ-ମୋହ-ମାୟା-ଅକ୍ଳେଶେ
ବଳିଦେବା
ସବୁରି ଦୁଃଖରେ ସମଦୁଃଖୀ
ହେଉଥିବା
ସବୁରି ସୁଖରେ ସମସୁଖୀ
ଆମେ ହେବା
ଚ଼ାଲଆମେସବୁସତରେମଣିଷହେବା
ଭୀମଭୋଇପରି ମହାନ୍
ପାଲଟି ଯିବା।।