ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଚ଼ଲ ଆମେ ସବୁ ସତରେ  ।। ମଣିଷ ହେବା ।।

ଚ଼ଲ ଆମେ ସବୁ ସତରେ

        ।। ମଣିଷ ହେବା ।।

                କୈଳାସ ଚ଼ନ୍ଦ୍ର ପାଢ଼ୀ

 

ଚ଼ାଲଆମେସବୁସତରେମଣିଷହେବା,

ଛଳନାର-ସାଞ୍ଜୁ ଦେହରୁଓହ୍ଲାଇଦେବା

ଆମେ ସତରେ ମଣିଷ ହେବା

ବିଶ୍ବକୁ ଆମେ ନୁତନସନ୍ଦେଶ ଦେବା।

 

ଚ଼ାଲ ଆମେସବୁସତରେମଣିଷହେବା

ପୂଣ୍ୟପ୍ରଭାରେ ଆମେ ସବୁ ଝଟକିବା

ଆମେ ସତରେ ମଣିଷ ହେବା

ବସୁଧା ମା’ର ମୁଖେ ହସ ଫୁଟାଇବା

 

ଚାଲଆମେସବୁ ସତରେମଣିଷହେବା

କାୟମନବାକ୍ୟଏକଲୟେରଖିଦେବା 

କଥାଆଉକାମେସମାନତା ଭରିଦେବା

ସତ୍ୟଧର୍ମର ମହାନ୍ ପୂଜକ

                 ଅକ୍ଳେଶେ ସାଜିଯିବା।।

 

ଚ଼ାଲଆମେସବୁସତରେମଣିଷହେବା

ପ୍ରକୃତିକୋଳେ ଉଲ୍ଲାସଖେଳାଇବା

ପ୍ରତିଟିପ୍ରାଣରେ ମାନବିକତାର

                 ମନ୍ତ୍ର ଖେଳାଇ ଦେବା

ମାଟି ମା’କୋଳେ ସ୍ବର୍ଗର ଶିରୀ

                  ସଂପଦ ଭରିଦେବା।।

 

ଚ଼ାଲଆମେସବୁସତରେମଣିଷହେବା

ଲୋଭ-ମୋହ-ମାୟା-ଅକ୍ଳେଶେ

                            ବଳିଦେବା

ସବୁରି ଦୁଃଖରେ ସମଦୁଃଖୀ

                            ହେଉଥିବା

ସବୁରି ସୁଖରେ ସମସୁଖୀ

                          ଆମେ ହେବା

ଚ଼ାଲଆମେସବୁସତରେମଣିଷହେବା

ଭୀମଭୋଇପରି ମହାନ୍

                          ପାଲଟି ଯିବା।।

          

କୁମାର ପୁର।ଅନନ୍ତପୁର।
ବାସୁଦେବପୁର।ଭଦ୍ରକ।

Related posts

କୋକସରା ବ୍ଲକ ପ୍ରେରକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଗଛରେ ଚଢ଼ିଥିଲା ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

Leave a Comment

error: Content is protected !!