ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନାରୀ ନାରାୟଣୀ 

ନାରୀ ନାରାୟଣୀ 

ଉପେନ୍ଦ୍ର କୁମାର ବସ୍ତିଆ 

 

ନାରୀ ••••

ନ ଅରୀ ବୋଲି ଶାସ୍ତ୍ର କୁହେ  

ପ୍ରକୃତରେ ମୋର କେହି ଶତ୍ରୁ 

ନାହାନ୍ତି କି ,ମୁଁ କାହାରି ଶତ୍ରୁ 

ନୁହେଁ ତଥାପି ଜଳି ପାରେ 

ସ୍ନେହର ସଲିତା ହୋଇ ।

 

ନାରୀ ••••

ମୁଁ ରବର କଣ୍ଢେଇ ନୁହେଁ 

ପିଲାଙ୍କର କ୍ରିଡନକ କି,

ଚାବିଦିଆ ଖେଳନା ନୁହେଁ 

ଚାବି ମୋଡ଼ିଲେ ନାଚିବି ।

ମୁଁ ଚନ୍ଦନ ବନର ଶୀତଳତା 

ନୁହେଁ ତଥାପି ମୁଁ ଢାଙ୍କି ଦେଇ 

ପାରେ ମମତାର ସ୍ନିଗ୍ଧ ସ୍ପର୍ଶ ଦେଇ । 

 

ନାରୀ ••••

ମୁଁ ଝରଣାର ଜଳ ନୁହେଁ 

ପିଇ ଯିବ ଢକ ଢ଼ କ । 

ମୁଁ ବାସ୍ନା ଭଳି ଫୁଲଟିଏ ନୁହେଁ 

ତଥାପି ଛୁଇଁ ଯାଏ ପ୍ରତିଟି 

ହୃଦୟ ନାରିତ୍ୱର ମହିମା 

ଦେଖାଇ ।

 

ନାରୀ ••••

ମୁଁ ବଜାରର ପଣ୍ୟଦ୍ରବ୍ୟ ନୁହେଁ 

ଯେତେବେଳେ ଚାହିବ କିଣି 

ଆଣିବ । ମୁଁ ଇନ୍ଧନ ନୁହେଁ 

ଇଛାନୁ ଜାୟୀ ଜାଳି ପାରିବ ।

ମୁଁ ତୁଠ ପଥର ନୁହେଁ ତଥାପି 

ବିହ୍ଵଳିତ କରେ ମାଦକତା 

ନେଇ ।

 

ନାରୀ ••••

ମୁଁ କାମାନ୍ଧ ପୁରୁଷର ପ୍ରେମିକା 

ନୁହେଁ ମୁଁ ଗୋଟିଏ ମାଆ ,ଭଗ୍ନୀ ,

ଆଉ ଜାୟା ।କଷଟି ପଥରରେ 

ଘଷି ହୋଇ ଶୁଦ୍ଧ ପୂତ ଭାବେ 

ପ୍ରେମ ବାଣ୍ଟି ଚାଲିଥାଏ ।ମୁଁ 

ପୁଣ୍ୟତୋୟା ପୃଥିବୀର ସ୍ରୋତ 

ସ୍ପିନୀ ନୁହେଁ ତଥାପି ବହିଯାଏ 

ମମତାର ନଈଟିଏ ହୋଇ ।

ରାଉରକେଲା

Related posts

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

ଭାରତୀୟ କିଶାନ ସଂଘର ଜ଼ିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଲ୍ ମାଟିର ଲାଲ୍ ସଲାମ୍

Sunil Chandra Nayak

Leave a Comment

error: Content is protected !!