ନାରୀ ନାରାୟଣୀ
ଉପେନ୍ଦ୍ର କୁମାର ବସ୍ତିଆ
ନାରୀ ••••
ନ ଅରୀ ବୋଲି ଶାସ୍ତ୍ର କୁହେ
ପ୍ରକୃତରେ ମୋର କେହି ଶତ୍ରୁ
ନାହାନ୍ତି କି ,ମୁଁ କାହାରି ଶତ୍ରୁ
ନୁହେଁ ତଥାପି ଜଳି ପାରେ
ସ୍ନେହର ସଲିତା ହୋଇ ।
ନାରୀ ••••
ମୁଁ ରବର କଣ୍ଢେଇ ନୁହେଁ
ପିଲାଙ୍କର କ୍ରିଡନକ କି,
ଚାବିଦିଆ ଖେଳନା ନୁହେଁ
ଚାବି ମୋଡ଼ିଲେ ନାଚିବି ।
ମୁଁ ଚନ୍ଦନ ବନର ଶୀତଳତା
ନୁହେଁ ତଥାପି ମୁଁ ଢାଙ୍କି ଦେଇ
ପାରେ ମମତାର ସ୍ନିଗ୍ଧ ସ୍ପର୍ଶ ଦେଇ ।
ନାରୀ ••••
ମୁଁ ଝରଣାର ଜଳ ନୁହେଁ
ପିଇ ଯିବ ଢକ ଢ଼ କ ।
ମୁଁ ବାସ୍ନା ଭଳି ଫୁଲଟିଏ ନୁହେଁ
ତଥାପି ଛୁଇଁ ଯାଏ ପ୍ରତିଟି
ହୃଦୟ ନାରିତ୍ୱର ମହିମା
ଦେଖାଇ ।
ନାରୀ ••••
ମୁଁ ବଜାରର ପଣ୍ୟଦ୍ରବ୍ୟ ନୁହେଁ
ଯେତେବେଳେ ଚାହିବ କିଣି
ଆଣିବ । ମୁଁ ଇନ୍ଧନ ନୁହେଁ
ଇଛାନୁ ଜାୟୀ ଜାଳି ପାରିବ ।
ମୁଁ ତୁଠ ପଥର ନୁହେଁ ତଥାପି
ବିହ୍ଵଳିତ କରେ ମାଦକତା
ନେଇ ।
ନାରୀ ••••
ମୁଁ କାମାନ୍ଧ ପୁରୁଷର ପ୍ରେମିକା
ନୁହେଁ ମୁଁ ଗୋଟିଏ ମାଆ ,ଭଗ୍ନୀ ,
ଆଉ ଜାୟା ।କଷଟି ପଥରରେ
ଘଷି ହୋଇ ଶୁଦ୍ଧ ପୂତ ଭାବେ
ପ୍ରେମ ବାଣ୍ଟି ଚାଲିଥାଏ ।ମୁଁ
ପୁଣ୍ୟତୋୟା ପୃଥିବୀର ସ୍ରୋତ
ସ୍ପିନୀ ନୁହେଁ ତଥାପି ବହିଯାଏ
ମମତାର ନଈଟିଏ ହୋଇ ।