ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ଘେରରେ ଥୁଆମୂଳ ରାମପୁର ବ୍ଳକ, ସମସ୍ୟା ର ସମାଧାନ ହେବ କେବେ ?

ଥୁଆମୂଳ ରାମପୁର:୨୧/୮- ମ.ନି.ସ:- କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ବ୍ଯୟବରାଦ କରୁଥିଲେ ମଧ୍ୟ ଯେଉଁ ପରିମାଣରେ ଅଞ୍ଚଳରେ ବିକାଶ ଆଖିଦୃଶିଆ ହୋଇ ପାରୁନାହିଁ। ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଲାଭଖୋର ମନୋବୃର୍ତ୍ତି ଯୋଗୁଁ ଆଜିବି ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ଭାବରେ ରହିଅଛି। ଅନେକ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଖକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚି ପାରିନାହିଁ। ସେମାଙ୍କ ପାଇଁ ମୌଳିକ ସୁବିଧା ସାତସପନ ହୋଇପଡୁଛି। ଦେଶ ସ୍ବାଧୀନତା ପାଇ ଦୀର୍ଘ ଦିନ ଅତି ବାହିତ ହୋଇଯାଇଛି ତଥାପି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସ୍ବାଧୀନତାର ସ୍ଵାଦ ଚାଖିପାରିଲେ ନାହିଁ, ସେମାନେ ଙ୍କ ଆଜି ମଧ୍ୟ ଗମନାଗମନ, ପାନୀୟ ଜଳ,ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ଲାଗିରହିଛି। ଯାହାଫଳରେ ଏମାନେ ଅନେକ ସମୟରେ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧାରେ ପଡୁଛନ୍ତି। ଏଭଳି ଏକ ବ୍ଳକ ରହିଅଛି ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏହି ବ୍ଳକ ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ହୋଇଅଛି। ପାହାଡ ପର୍ବତ ଅଧ୍ଯୁଷିତ ଆଦିବାସୀ ବହୁଳ ଅଞ୍ଚଳ ଭାବରେ ପରିଚିତ। ପଛୁଆ ବ୍ଳକ ଭାବରେ ଏହି ବ୍ଳକରେ ସରକାରୀ ବେସରକାରୀ ବିଭାଗ ଗୁଡିକ କାର୍ଯ୍ଯ କରୁଛନ୍ତି। ସେନେଇ ବ୍ଳକକୁ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କାର ଅନୁଦାନ ସୁଅଛୁଟୁଛି। ତଥାପି କେତେକ ସ୍ଥାନୀୟ ମୁଷ୍ଟିମେୟ ଲୋକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୂରଦୃଷ୍ଟି ଅପାରଗତା ଓ ଲାଭଖୋର ମନୋବୃର୍ତ୍ତି ଯୋଗୁଁ ଯୋଜନା ବାଟବଣା ହେବାରେ ଲାଗିଛି। ଦୁର୍ଗମ ଅଞ୍ଚଳରେ ଆଜିବି ବିକାଶରେ ବାଧକ ସାଜିଛି। ଏହାର କୁପରିଣତି ସେହି ଗରିବଙ୍କୁ ହିଁ ଭୋଗିବାକୁ ପଡୁଛି। ଭଲ ରାସ୍ତା ଖଣ୍ତେ ନଥିବା ଯୋଗୁଁ ସ୍ବାସ୍ଥ୍ୟ ସେବାରୁ ଲୋକେ ବଞ୍ଚିତ ରହିଛନ୍ତି। ଦୁର୍ଗମ ଅଞ୍ଚଳ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ରୋଗୀ ଓ ପ୍ରସୂତୀ ଗର୍ଭବତୀ ମହିଳା ମାନଙ୍କୁ ଲୋକେ ବାଧ୍ଯହୋଇ ଖଟିଆରେ ବୁହା ହେଉଛି। ସବୁଦିନିଆ ରାସ୍ତା ନଥିବାରୁ ମୁରଲୀମୁଇଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ତେଣୁ ଲୋକେ ଶବକୁ କାନ୍ଧରେ ବୁହା ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ସେହିପରି ପଡିଏସ ଚାଉଳ ଗଣ୍ତାକ ପାଇଁ ଲୋକଙ୍କ ଜୀବନ ଯାଇଛି ଗାଁରୁ ସିଧାସଳଖ ରାସ୍ତା ନଥିବାଯୋଗୁଁ ଅନ୍ଯ ରାସ୍ତା ଦେଇ ଯାଉଛନ୍ତି ନିକଟରେ ବାର୍ଷକୋନା ଗ୍ରାମର କିଛି ଲୋକ ସିନ୍ଧିପଦର ଗ୍ରାମକୁ ପଡିଏସ୍ ଚାଉଳ ଟ୍ରାକ୍ଟର ସାହାର୍ଯ୍ୟ ରେ ଆଣିବାକୁ ଯାଇ ଫେରିବା ସମୟରେ ସିଙ୍ଗାରୀ ଘାଟିରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସବୁଦିନିଆ ରାସ୍ତା ନଥିବାରୁ ଶବକୁ କାନ୍ଧରେ ବୋହିବା ଭଳି ଅଭାବନୀୟ ଦୃଶ୍ୟ ଏଠି ଦେଖିବାକୁ ମିଳୁଛି। ତେବେ ଆଉ କେତେ ବର୍ଷ ଲାଗିବ ଏହି ବ୍ଳକର ବିକାଶ ହେବାପାଇଁ ସେନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହି ଅଞ୍ଚଳରେ ବର୍ଷା ସମୟ ଆସିଗଲେ ବେହାଲ ହୋଇପଡେ ଯୋଗାଯୋଗ ବିଛିନ୍ନ ହୋଇପଡେ। ଅନେକ ସ୍ଥାନରେ ନଦୀରେ ପୋଲ ନିର୍ମାଣ କାର୍ଯ୍ଯ ଏଯାବତ ହୋଇପାରିଲା ନାହିଁ। ଅନେକ ସମୟରେ ଲୋକ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। କେରପାଇ ଓ କାଚେଲେଖା ମଧ୍ୟରେ ଭାଗରେ ଥିବା ଏକ ନଦୀରେ ଜଣେ ବୃଦ୍ଧ ଭାସିଯାଇ ମୃତ୍ୟୁବରଣ କରିଥିଲେ ଅଞ୍ଚଳର ଲୋକ ସମସ୍ୟା ର ସମାଧାନ ନେଇ ଅନେକ ସମୟରେ ସାଂସଦ ଓ ବିଧାୟକଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ନେତାଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଯାଉଛି ବୋଲି ଲୋକେ ପ୍ରକାଶ କରନ୍ତି। ଲୋକେ ଯେତେ ଅସୁବିଧା ଭୋଗିଲେ ମଧ୍ୟ ନେତାଙ୍କ କିଛି ଯାଏ ଆସେନାହିଁ ଭଳି ଜଣାପଡୁଛି। ଲୋକଙ୍କର ଯଦି କିଛି ଅଘଟଣ ଘଟିଯାଏ ସେମାନଙ୍କର ଚେତା ପଶେ, ତେବେ ଯାଇ ନେତା ଓ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି କିଛି ଆଶ୍ବାସନା ସହିତ ଅର୍ଥ ସହଯୋଗ କରି ଦେଲେ ସେମାନଙ୍କ କାମ ଶେଷ ବୋଲି ଭାବନ୍ତି। କିନ୍ତୁ ଲୋକଙ୍କ ଅବସ୍ଥା ପୂର୍ବ ଭଳି ସେମିତି ସମସ୍ୟା ରହିଯାଏ। ପାନୀୟ ଜଳଯୋଗାଣ କ୍ଷେତ୍ରରେ ମଧ୍ୟ ଅବହେଳା କରାଯାଇଛି ଲୋକେ ଝରଣ ଓ ନାଳ ରୁ ଜଳ ସଂଗ୍ରହ କରି ପାନୀୟ ଭାବରେ ବ୍ଯବହାର କରୁଛନ୍ତି। ଏହି ଭଳି ଅନେକ ସମସ୍ୟା ରହିଅଛି।ଏହି ସମସ୍ୟା ଗୁଡିକକୁ ସମାଧାନ କରିବା ପାଇଁ ଆଉ କେତେ ବର୍ଷ ଲାଗିବ ବୋଲି ବିଭିନ୍ନ ମହଲରେ ଆଲୋଚନା ର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାପାଳ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ 

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

କୋଷାଗୁମୁଡ଼ା ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!