ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ାକ୍ତରଖାନାରେ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିଲେ ହେଁ ଶିଶୁ କନ୍ୟାଟିର ଶାରୀରିକ ଗଠନ ଅସାଧାରଣ ରହିଥିଲା। ସୂଚନା ମତେ ନର୍ଲା ଡଙ୍ଗରତଲ ପଡା ମହେନ୍ଦ୍ର ବେମାଲ ଓ ମାତା ରମ୍ଭାଙ୍କ ଔରସରୁ ନର୍ଲା ଡାକ୍ତରଖାନାରେ ଏକ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଥିଲା। ଶିଶୁ କନ୍ୟାଟିର କାନ୍ଧ ପାଖରେ ଏକ ତୃତୀୟ ହାତ ସଦୃଶ ଥିବାବେଳେ ମୁଣ୍ଡର ଗଠନ ଅସ୍ଵାଭାବିକ ଥିଲା। ସାଧାରଣ ନବଜାତକ ଠାରୁ ଏକ ଅଦ୍ଭୁତ ଶାରୀରିକ ଗଠନର ଶିଶୁ ଡାକ୍ତରଖାନା କର୍ମଚାରୀ ତଥା ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଜନ୍ମଗ୍ରହଣ ପରେ ଶିଶୁ ଓ ମାଁ ଉଭୟେ ସୁସ୍ଥ ଥିବା ବେଳେ ଘରକୁ ଯିବାର କିଛି ସମୟ ପରେ ନବଜାତକର ମୃତ୍ୟୁ ଘଟିଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

Sunil Chandra Nayak

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

Sunil Chandra Nayak

Leave a Comment

error: Content is protected !!