ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ମୁଣ୍ଡା ଗାଁରେ ସ୍ଵଛତା ପଖୁୱାର୍ଡ ଅନୁଷ୍ଠିତ

ଗୋଳାମୁଣ୍ଡା/ମସିହା/୫/୮/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ରଙ୍ଗସାପଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆ ମୁଣ୍ଡା ଗ୍ରାମରେ ସ୍ଵଛତା ପଖୱାଡା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି, ଏହା ନେହୁରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଶ୍ରୀ ଗଣେଷ ଯୁବକ ସଙ୍ଘ ନୂଆ ମୁଣ୍ଡା ଜରିଆରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ଅଗଷ୍ଟ ପହିଲାରୁ ଆରମ୍ଭ କରି ୧୫ଅଗଷ୍ଟ ପର୍ଯ୍ୟନ୍ତ ଅଞ୍ଚଳରେ ଚାଲୁ ରହିବ ବୋଲି ଅନୁଷ୍ଠାନର ସ୍ୱେଚ୍ଛାସେବୀ ରଶ୍ମିତା ମାଝୀ ପ୍ରକାଶ କରିଥିଲେ, ଗ୍ରାମର ରାସ୍ତା କଡରେ ଅଳିଆ ଆବର୍ଜନା କୁ ସଂଘର କର୍ମକର୍ତ୍ତା ଓ ସଦସ୍ୟା ଙ୍କୁ ନେଇ ସଫା ସୁତୁରା କରିଥିଲେ । ଆଗାମି ଦିନ ରେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ସ୍ଵଛତା ହେବ,ଉକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ରଶ୍ମିତା ମାଝି ଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲାବେଳେ ସୁନାତନ ମାଝୀ, ଡମ୍ବରୁଧର ମାଝୀ, ଚନ୍ଦ୍ର ମାଝୀ, ବିରେନ୍ଦ୍ର ମାଝୀ, ଅରୁଣ ମାଝୀ, କୃଷ୍ଣ ମାଝୀ, ଜିତୁମାଝୀ, ଓ ସାଗର ମାଝୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଯୋଗ ଦାନ ଦେଇଥିଲେେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ 

Related posts

ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ଝଡ଼ ବତାସ

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

Sunil Chandra Nayak

Leave a Comment

error: Content is protected !!