ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବବ୍ରତଙ୍କୁ ମିଳିଲା ‘ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨

ଆନନ୍ଦପୁର, ୧୬/୫ : କଟକ ସାରଳା ଭବନସ୍ଥିତ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ । ଅନୁଗୁଳର ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ବଏଜା ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ବହୁ କବି, କବୟତ୍ରୀ ଯୋଗଦେଇ ସମାଜରେ ସାହିତ୍ୟ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଦର୍ଶାଇଥିଲେ । ଉପସ୍ଥିତ ଥିବା ଅତିଥି ବୃନ୍ଦ ଆଜିର ଯୁବ ସମାଜ ସାହିତ୍ୟ ପ୍ରତି ରୁଚି ରଖିବା ଆବଶ୍ୟକ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ ।

ଚଳିତ ବର୍ଷ ଆନନ୍ଦପୁରର ଯୁବ କବି ଦେବବ୍ରତ ବାରିକଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସେ ଏହି ସମ୍ମାନକୁ ଆନନ୍ଦପୁରବାସୀଙ୍କ ଲାଗି ଉତ୍ସର୍ଗ କରିବା ସହ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଅନୁଭବ କରୁଛି ଏବଂ ଅଧିକ ଦାୟିତ୍ୱ ବଢ଼ି ଗଲା ପରି ଲାଗୁଛି ବୋଲି କହିଛନ୍ତି । ଏହାସହ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପରିବାରର ସଭାପତି ଗାୟତ୍ରୀ ଦେବୀ, ସମ୍ପାଦକ ସଂଗ୍ରାମ ବାବୁ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବାପା ମା’ଙ୍କ ଆଶିର୍ବାଦ ଏବଂ ମୋର ଗୁରୁ ଗୁରୁଜନ ମାନଙ୍କ ଆଶୀର୍ବାଦ ଏମିତି ମୋ ମଥା ଉପରେ ଥାଉ ବୋଲି କହିଛନ୍ତି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ରାସ୍ତା ଉପରେ ଜମୁଛି ବର୍ଷା ପାଣି

Sunil Chandra Nayak

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

ଜୟ କୁମାର ମିଶ୍ର ଙ୍କ କବିତା ନିଜେ ଭଲ ତ, ଦୁନିଆଁ ଭଲ 

Leave a Comment

error: Content is protected !!