ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବବ୍ରତଙ୍କୁ ମିଳିଲା ‘ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨

ଆନନ୍ଦପୁର, ୧୬/୫ : କଟକ ସାରଳା ଭବନସ୍ଥିତ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ । ଅନୁଗୁଳର ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ବଏଜା ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ବହୁ କବି, କବୟତ୍ରୀ ଯୋଗଦେଇ ସମାଜରେ ସାହିତ୍ୟ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଦର୍ଶାଇଥିଲେ । ଉପସ୍ଥିତ ଥିବା ଅତିଥି ବୃନ୍ଦ ଆଜିର ଯୁବ ସମାଜ ସାହିତ୍ୟ ପ୍ରତି ରୁଚି ରଖିବା ଆବଶ୍ୟକ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ ।

ଚଳିତ ବର୍ଷ ଆନନ୍ଦପୁରର ଯୁବ କବି ଦେବବ୍ରତ ବାରିକଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସେ ଏହି ସମ୍ମାନକୁ ଆନନ୍ଦପୁରବାସୀଙ୍କ ଲାଗି ଉତ୍ସର୍ଗ କରିବା ସହ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଅନୁଭବ କରୁଛି ଏବଂ ଅଧିକ ଦାୟିତ୍ୱ ବଢ଼ି ଗଲା ପରି ଲାଗୁଛି ବୋଲି କହିଛନ୍ତି । ଏହାସହ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପରିବାରର ସଭାପତି ଗାୟତ୍ରୀ ଦେବୀ, ସମ୍ପାଦକ ସଂଗ୍ରାମ ବାବୁ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବାପା ମା’ଙ୍କ ଆଶିର୍ବାଦ ଏବଂ ମୋର ଗୁରୁ ଗୁରୁଜନ ମାନଙ୍କ ଆଶୀର୍ବାଦ ଏମିତି ମୋ ମଥା ଉପରେ ଥାଉ ବୋଲି କହିଛନ୍ତି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗଙ୍ଗା ପାର

କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!