ଜଣାଣ
ମାନଗୋବିନ୍ଦ ସ୍ବାଇଁ
ସବୁ ଆଶା ଛାଡ଼ି ଧରିଛି ତୋ ହାତ
ଯାହା ଦେବ ଇଛା ମୋତେ
ସରବେ ଦେଉଛ ମୋବେଳକୁ ନାହିଁଁ
ତୁମେ ମୋ କଳାସାଆନ୍ତେ।
ମହିମା ତୁମର କରୁଣା ଅପାର
ଜଗତେ ପଡ଼ିଛି ହୁରି
ବିଶ୍ବ ଜନ ପତି ଈଶ୍ୱର ତୁମେ ହିଁ
ପ୍ରସିଦ୍ଧ ହେଉଛି ପୁରୀ।
ଦେଉଳ ତୁମର ମଣ୍ଡପ ତୁମର
ଦରିଆ କୂଳରେ ହରି
ଭକ୍ତ ଜନ ମେଳ କରି ପାର ସ୍ଥାନ
ତୋ ଚନ୍ଦନ ମୁଣ୍ଡେ ମାରି।
ନାଲିଆ ବାନାକୁ ଚାହିଁ ଚାହିଁ ମୋର
ମୋ ଦିନ ସବୁ ସରିବ
ତୁମ ଯଶ଼ଃ କୀର୍ତ୍ତି ଏମିତି ରହିବ
ସ୍ଥାନ ଟି ଭକ୍ତ ଗୈାରବ।
ନରେନ୍ଦ୍ର ପୋଖରୀ ପ୍ରସିଦ୍ଧ ହେଉଛି
ପ୍ରଭୁ ଚାପ ଖେଳ ଲୀଳା
ଦୃଶ୍ୟ ଉପଭୋଗ ଭକ୍ତ ମଧ୍ୟେ ଦେଖ
ରାତିଦିନ ଚାଲେ ମେଳା।
ନରେନ୍ଦ୍ର ଜଳକୁ ଛିଞ୍ଚି ହେଲେ ଥରେ
ପାପ ସବୁ ଯାଏ ଛାଡି
ଭକ୍ତ ଜନ ବନ୍ଧୁ ଚାହିଁ ବସିଥାଏ
ଭକ୍ତି ଭାବେ ହାତ ଯୋଡ଼ି।